ଅଭିନେତା ବୋମନ ଇରାନିଙ୍କ ମା'ଙ୍କ ପରଲୋକ, ସୋସିଆଲ୍‌ ମିଡିଆରେ କଲେ ଭାବ ବିହ୍ୱଳ ପୋଷ୍ଟ

Published By : Prameya-News7 Bureau | June 09, 2021 IST

ମୁମ୍ବାଇ, ୦୯/୦୬: ବଲିଉଡ ଅଭିନେତା ବୋମନ ଇରାନିଙ୍କ ମା'ଙ୍କ ଦେହାନ୍ତ ହୋଇଛି । ସୋସିଆଲ ମିଡ଼ିଆ ଜରିଆରେ ବୋମନ ନିଜେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କର ୯୪ ବର୍ଷ ବୟସ୍କା ମା' ଶୋଇଥିବା ଅବସ୍ଥାରେ ଦୁନିଆକୁ ଅଲବିଦା କରିଛନ୍ତି । ଅନେକ କଳାକାର ଓ ସୋସିଆଲ ମିଡ଼ିଆ ୟୁଜର୍ସ ବୋମନଙ୍କ ମା'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସେ ଲେଖିଛନ୍ତି, ‘ମା' ନିଦରେ ହିଁ ଏ ଦୁନିଆକୁ ଅଲବିଦା କରିଛନ୍ତି । ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ୩୨ ବର୍ଷ ବୟସରୁ ସେ ଉଭୟ ମା' ଓ ବାପାର ଦାୟିତ୍ୱ ତୁଲାଇଥିଲେ । ସେ ବହୁତ ଖୁସ ମିଜାଜ ବ୍ୟକ୍ତିତ୍ୱର ଥିଲେ ।‘

{"id":463662,"sizeSlug":"large","linkDestination":"none"}


ନିଜ ପୋଷ୍ଟରେ ସେ ଆଗକୁ ଲେଖିଛନ୍ତି, 'ମା' ସବୁବେଳେ କହୁଥିଲେ, ଲୋକେ ତୁମର ପ୍ରଶଂସା କରିବେ ସେଥିପାଇଁ ତୁମେ ଅଭିନେତା ନୁହେଁ । ତୁମେ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଅଭିନେତା ହୋଇଛ, ଯେମିତି ଲୋକଙ୍କୁ ଖୁସି ଦେଇପାରିବ । ଶେଷ ରାତିରେ ସେ ମଲାଈ କୁଲଫି ଓ ଆମ୍ବ ମାଗିଥିଲେ । ସେ ଚାହିଁଥିଲେ ଚନ୍ଦ୍ର, ତାରା ବି ମାଗିପାରିଥାନ୍ତେ । ସେ ଜଣେ ତାରକା ଥିଲେ ଓ ସବୁଦିନ ରହିବେ ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.