ବଲିଉଡରେ ଭାଇରାଲ ହେଲା ୧୦ ବର୍ଷ ଚ୍ୟାଲେଞ୍ଜ : ଦେଖନ୍ତୁ କେତେ ବଦଳି ଯାଇଛନ୍ତି ଏହି ହିରୋଇନମାନେ

Published By : Prameya-News7 Bureau | January 18, 2019 IST

ମୁମ୍ବାଇ ୧୮/୧: ସୋଶିଆଲ ମିଡିଆରେ ଅଧିକାଂଶ ସମୟ କିଛି ନା କିଛି ଚ୍ୟାଲେଞ୍ଜ କରାଯାଇଥାଏ। ୨୦୧୯ମସିହାରେ ଆରମ୍ଭ ହୋଇଛି ୧୦ବର୍ଷ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜରେ ନିଜର ଦୁଇଟି ଫଟୋ ପୋଷ୍ଟ୍ କରାଯିବ ଯେଉଁଥିରେ ୧୦ବର୍ଷ ବ୍ୟବଧାନ ରହିଥିବ। ସୋଶିଆଲ ମିଡିଆରେ ଏହି ଚ୍ୟାଲେଞ୍ଜ ଏବେ ଜୋର ଧରିଛି। ଏହି ହ୍ୟାସଟ୍ୟାଗ୍ ସହ କେବଳ ଇନଷ୍ଟାଗ୍ରାମରେ ୧୬ଲକ୍ଷରୁ ଅଧିକ ଫଟୋ ଏବେ ପୋଷ୍ଟ୍ ହୋଇସାରିଛି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରୁଛନ୍ତି ଏବଂ ୧୦ବର୍ଷ ପୁରୁଣା ଫଟୋ ସେୟାର କରୁଛନ୍ତି। କେତେ ଜଣ ବଲିଉଡ ଅଭିନେତ୍ରୀଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କେତେକଙ୍କ ମଧ୍ୟରେ କୈାଣସି ଫରକ ଜଣା ପଡ଼ୁନାହିଁ।

{"id":75392}

ଏପରି ଏକ ଅଭିନେତ୍ରୀ ହେଲେ ଈଶା ଦେଓଲ। ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ୧୦ବର୍ଷ ଚ୍ୟାଲେଞ୍ଜରେ ନିଜର ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋଟି ୨୦୦୭ମସିହାର ,ଯେବେ ଈଶା ନୂଆ ନୂଆ ଫିଲ୍ମଜଗତକୁ ଆସିଥିଲେ ଏବଂ ‘ଧୁମ୍’ ଫିଲ୍ମରେ ନିଜର ନିଜର ସୁନ୍ଦର ଫିଗର ପାଇଁ ଚର୍ଚ୍ଚାରେ ଥିଲେ। ଦ୍ବିତୀୟ ଫଟୋ ୨୦୧୭ମସିହାର,ଯେବେ ଈଶା ପ୍ରଥମ ଥର ଗର୍ଭବତୀ ହୋଇଥିଲେ। ଝିଅ ରାଧ୍ୟା ତାଙ୍କ ଗର୍ଭରେ ଥିଲେ।

{"id":75393}

ଶିଳ୍ପା ସେଟ୍ଟୀଙ୍କ ୧୦ବର୍ଷ ଚ୍ୟାଲେଞ୍ଜ ଫଟୋ ଦେଖି ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦୁଇଟି ଫଟୋରେ ଶିଳ୍ପା ସମାନ ଦେଖାଯାଉଛନ୍ତି। ପ୍ରଥମ ଫଟୋଟି୨୦୦୮ମସିହାର,ଯେବେ ସେ ଦୋସ୍ତାନା ଫିଲ୍ମର ଗୋଟିଏ ଗୀତରେ ବିକିନି ପିନ୍ଧିବା ପାଇଁ ପରଫେକ୍ଟ ଫିଗର କରିଥିଲେ। ଦ୍ବିତୀୟଟି ୨୦୧୮ମସିହାର,ଫିଟନେସ୍ ଦିଭା ଶିଳ୍ପାଙ୍କ ଅଧିକ ପରିବର୍ତ୍ତନ ହୋଇନାହିଁ। ୧୦ବର୍ଷ ମଧ୍ୟରେ ସେ ମା ହେବାର ସୈାଭାଗ୍ୟ ପ୍ରାପ୍ତି କରିଛନ୍ତି।

{"id":75395}

ଡସ୍କି ବିପାଶା ବସୁ ମଧ୍ୟ ଏପରି ଏକ ଅଭିନେତ୍ରୀ ଯାହାଙ୍କୁ ସମୟ ବେଶୀ ପ୍ରଭାବିତ କରିପାରିନାହିଁ। ବିପାଶା ୨୦୦୮ ଏବଂ ୨୦୧୮ର ଫଟୋ ପୋଷ୍ଟ କରିଛନ୍ତି ଏବଂ ଦୁଇଟିଯାକ ଫଟୋରେ ସେ ସମାନ ଦେଖାଯାଉଛନ୍ତି। ଏହି ୧୦ବର୍ଷ ମଧ୍ୟରେ ତାଙ୍କର ଜନ୍ ଆବ୍ରାହମଙ୍କ ସହ ବ୍ରେକଅପ୍ ହୋଇଥିଲା ଏବଂ ସେ କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ।

{"id":75396}

ସୋନମ୍ କପୁର ଯେଉଁ ଦୁଇଟି ଫଟୋ ସେୟାର କରିଛନ୍ତି ସେଥିରୁ ପ୍ରଥମଟି ଦିଲ୍ଲୀ -୬ର,ଏବଂ ଦ୍ବିତୀୟଟି ତାଙ୍କ ଆଗାମୀ ଫିଲ୍ମ ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ର । ଦୁଇଟି ଫଟୋରେ ସୋନମଙ୍କ ମଧ୍ୟରେ ଏତେ ଅଧିକ ଫରକ ଜଣା ପଡ଼ୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.