ଉନ୍ନାଓ ଦୁଷ୍କର୍ମ କାଣ୍ଡକୁ ନେଇ ହେବ Bollywood ଫିଲ୍ମ, ଚୂଡାନ୍ତ ହୋଇସାରିଲେଣି ନାୟିକା

Published By : Prameya-News7 Bureau | January 22, 2020 IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଉନ୍ନାଓ କେବେ ସାହିତ୍ୟର ମାଟିଭାବେ ପରିଚିତ ଥିଲା। ହେଲେ ଏବେ ଦୁଷ୍କର୍ମ ଲାଗି ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏଠାରେ ଦୁଇଦୁଇଟି ଦୁଷ୍କର୍ମ କାଣ୍ଡ ଓ ପରବର୍ତ୍ତି ବିଭତ୍ସ ଘଟଣା ସାରା ରାଜ୍ୟକୁ ନିନ୍ଦିତ କରିଛି। ଏଥିରେ ବାଙ୍ଗରମାଉ ବିଧାୟକ ଓ ତାଙ୍କ ପରିବାର ଭିଆଇଥିବା କାଣ୍ଡ ସମସ୍ତ ସୀମା ସରହଦ ପାର କରିଛି। ଏଣୁ ରାଜ୍ୟରେ ହୋଇଥିବା ଏହି ଅପରାଧକୁ ନେଇ ବଲିଉଡ ଫିଲ୍ମ ହେବାକୁ ଯାଉଥିବା ବେଳେ ପ୍ରଯୋଜକ ନାୟିକା ଚୂଡାନ୍ତ କରିସାରିଲେଣି।

{"id":214730,"sizeSlug":"large"}

ମିଳିଥିବା ସୂଚନା ମୁତାବକ ଦୁଇ ଜଣ ଫିଲ୍ମ ନିର୍ମାତା ଏଥିଲାଗି ସେମାନଙ୍କ ରିସର୍ଚ୍ଚ ଟିମ୍‌ ଉନ୍ନାଓ ପଠାଇ ସାରିଥିବା ବେଳେ ସେମାନେ ସେଠାରେ ଏବେ କାମ ଆରମ୍ଭ କରିଦେଇଛନ୍ତି। ଏହା ଛଡା ଗୋଟିଏ ଫିଲ୍ମର ନିର୍ମାତା ତାଙ୍କ ନାୟିକା ମଧ୍ୟ ଚୂଡାନ୍ତ କରିଥିବା ଜଣାପଡିଛି। ଏଥିଲାଗି ସେ ନିକଟରେ Netflix ରେ ରିଲିଜ୍ ହୋଇଥିବା 'ଜାମାତୋଡ' ଓ G-5 ସିରିଜ 'ଗନ୍ଦିବାତ୍' ନୂଆ ସିଜିନରେ ପର୍ଦାକୁ ଆସିଥିବା ନାୟିକା ପୂଜା ଝାଙ୍କୁ ଚୂଡାନ୍ତ କରିଥିବା ଜଣାପଡିଛି।

{"id":214731,"sizeSlug":"large"}

ମନମୋନ ଦେଶାଇଙ୍କ ସବୁ ହିଟ୍ ଫିଲ୍ମ ସହ ସମ୍ପୃକ୍ତ ଲେଖକ କେ.କେ.ଶୁକ୍ଳା ଉନ୍ନାଓର ଉଗୁ ସହରର ବାସିନ୍ଦାଥିଲେ। ସେହିପରି ବଲିଉଡ୍ ସୁପରହିଟ୍ ଫିଲ୍ମ 'ନଦିଆକେ ପାର'ର ନିର୍ଦ୍ଦେଶକ ଗୋବିନ୍ଦ ମୁନସୀ ଉନ୍ନାଓର ଥିଲେ। ଏହା ଛଡା ଉନ୍ନାଓ ସଫିପୁରରେ ଜନ୍ମିତ ଭଗବତୀ ଚରଣ ବର୍ମାଙ୍କ ଉପନ୍ୟାସ 'ଚିତ୍ରଲେଖା' କୁ ସେହିନାମରେ ନିର୍ଦ୍ଦେଶକ କେଦାର ନାଥ ଶର୍ମା ଅଶୋକ କୁମାର ଓ ମିନା କୁମାରୀଙ୍କ ଉପରେ ପିକ୍ଚରାଇଜ କରି ବେଶ ସଫଳତା ସାଉଣ୍ଟିଥିଲେ। ତେବେ ସମୟ ସହିତ ଉନ୍ନାଓ ଏବଂ ବଲିଉଡ ବି ବଦଳିଯାଇଛି। ବଲିଉଡ୍ ଲାଗି ଏପର୍ଯ୍ୟନ୍ତ କାହାଣୀ ଦେଇଥିବା ଏହି ମାଟି ଏଥର ଅପରାଧର କାହାଣୀ ଦେବାକୁ ଯାଉଛି। ଯେଉଁଥିରେ ଜଣେ ରାଜନେତାଙ୍କ କାମ ପିପାସା କିପରି ଗୋଟିଏ ପରିବାରକୁ ଛାରଖାର କରିଦେଲା ପ୍ରଦର୍ଶିତ ହେବାକୁ ଯାଉଥିବା ବେଳେ ଅନ୍ୟଟିରେ ଅପରାଧୀ ଯୁବତୀଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଗାଁ ଦାଣ୍ଡରେ କିରୋସିନ ଢାଳି ପୋଡିଦେଲେ ତାହା ଚିତ୍ରିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.