ବୋଲେରୋରୁ ଜବତ ହେଲା ୩ଶହ ଲିଟର ମଦ, ଗାଡିରୁ ବାହାରିଲା ଖଣ୍ଡା ଓ ଭୁଜାଲି

Published By : Prameya-News7 Bureau | January 07, 2021 IST

ଢେଙ୍କାନାଳ ୦୭।୦୧ :  ଚୋରା ମଦ ସହ ବୋଲେରୋ ଜବତ । ଗାଡିରୁ ଅନେକ ମାରଣାସ୍ତ୍ର  ମଧ୍ୟ ଜବତ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଆମ୍ବପଲାସ ଗାଁରେ ମିଳିତ ଭାବେ ଚଢାଉ କରାଯାଇଛି ।

{"id":388383,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଚୋରା ମଦ କାରବାର ନେଇ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଉଭୟ ଟିମ୍‌ ଆମ୍ବପଲାସ ଗାଁରେ ନିକଟରେ ଜଗି ରହିଥିଲେ । ଠିକ୍‌ ଏହି ସମୟରେ ଏକ ବୋଲେରୋ ଗାଡ଼ି ଆସିଥିଲା । ଗାଡି଼କୁ ତନାଘନା ପରେ ସେଥିରୁ ୩ଶହ ଲିଟର ମଦ ଜବତ ହୋଇଛି । ଏହାସହିତ ଗାଡ଼ିରେ ବହୁ ମାରଣାସ୍ତ୍ର ମଧ୍ୟ ରହିଥିଲା । ଯହାକୁ ଜବତ କରିଛନ୍ତି ଉଭୟ ଟିମ୍‌ । କିନ୍ତୁ ଘଟଣାସ୍ଥଳରୁ ଗାଡି ଚାଳକ ଓ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ପରଜଙ୍ଗ ପୋଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.