ଯମ ହାତରେ ମୃତ୍ୟୁ ନାହିଁ : ଜେସିବି ତଳେ ଯାଇଥାନ୍ତା ପ୍ରାଣ,ବଞ୍ଚାଇ ଦେଲା ବୋଲେରୋ,ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

Published By : Prameya-News7 Bureau | July 27, 2020 IST

ମଲପ୍ପୁରମ ୨୭/୭: ସୋସିଆଲ୍ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବୋଲେରୋ ପଛରୁ ଏକ ଅନିୟନ୍ତ୍ରିତ ଜେସିବି ବାଇକ୍ ଚାଳକଙ୍କ ଆଡ଼କୁ ଦ୍ରୃତ ଗତିରେ ଆସୁଥିବାବେଳେ ତାଙ୍କ ଜୀବନ ବଞ୍ଚାଇଛି।

{"id":306194,"width":588,"height":338,"sizeSlug":"large"}

ଭିଡିଓରେ ପରିଷ୍କାର ଭାବେ ଦେଖିବାକୁ ମିଳୁଛି ଯେ ରାସ୍ତା କଡ଼ରେ ନିଜ ବାଇକରେ ବସିଥିବା ଜଣେ ଯୁବକଙ୍କ ପଛପଟେ ଏକ ଜେସିବି ମେସିନ ଅନିୟନ୍ତ୍ରିତ ହୋଇ ଆସୁଥିଲା। ଜେସିବି ଯେପରି ଯୁବକଙ୍କ ଆଡ଼କୁ ଆସି ଧକ୍କା ମାରିବାକୁ ଥିବାବେଳେ ଦ୍ରୃତ ଗତିରେ ଏକ ବୋଲେରୋ ଜେସିବି ଆଡ଼କୁ ମାଡ଼ି ଯାଇଥିଲା।

{"id":306193,"sizeSlug":"large"}

ଜେସିବି ଏବଂ ବୋଲେରୋ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଜେସିବି ତୁରନ୍ତ ଅନ୍ୟ ପଟକୁ ବୁଲିଯାଇଥିଲା ଏବଂ ଯୁବକ ବଞ୍ଚି ଯାଇଥିଲେ। ଯୁବକ ଏବଂ ତାଙ୍କ ବାଇକ୍ ପଡ଼ିଯାଇଥିଲା କିନ୍ତୁ ଯୁବକ ତୁରନ୍ତ ଉଠି ପଡ଼ି ନିଜ ବାଇକ୍ ଉଠାଇଥିଲେ।

wp:core-embed/twitter {"url":"https://twitter.com/AalokTweet/status/1287251327165149184","type":"rich","providerNameSlug":"twitter","className":""}
https://twitter.com/AalokTweet/status/1287251327165149184
/wp:core-embed/twitter

ଏହି ଘଟଣା ସିସିଟିଭି କ୍ୟାମେରା କଏଦ ହୋଇଯାଇଥିଲା। ଏହି ଘଟଣାଟି ଘଟିଛି କେରଳର ମଲପ୍ପୁରମରେ। ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

{"id":306196,"width":589,"height":389,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.