ସନ୍ଦେହଜନକ ଅବସ୍ଥାରେ ଠାବ ହେଲା ବୋଲେରୋ, ମହାନଦୀ ପଠାରେ ଲୁଚାଇ ରଖାଯାଇଥିଲା
26/01/2021 at 1:19 PM

ସାଲେପୁର, ୨୬/୦୧: ସନ୍ଦେହଜନକ ଅବସ୍ଥାରେ ବୋଲୋର ଉଦ୍ଧାର । କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ବାରବୋଡ଼ିଆ ମହାନଦୀ ପଠାରୁ ବୋଲେରୋଟିକୁ ଉଧାର କରାଯାଇଛି ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବୋଲେରୋଟି ଖୋର୍ଦ୍ଧା ଜିଲ୍ଲାର ଅଟେ । କେହି ଦୁର୍ବୁତ୍ତ ଏହି ଗାଡିଟିକୁ ଚୋରି କରି ହେଉ କିମ୍ବା କୌଣସି ଅପରାଧ କରି ଏଠାରେ ଛାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଆହୁରି ମଧ୍ୟ ଗାଡିଟିକୁ ମହାନଦୀ ପଠାରେ ଲୁଚାଇ ରଖିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।
ଖୋର୍ଦ୍ଧା ପୋଲିସ ଗାଡିଟିକୁ ନେଲା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
Related Posts
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021