Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଦୁର୍ବୃତ୍ତଙ୍କ ପଥର ମାଡରେ ବୋଲେରୋ ଡ୍ରାଇଭର ଲହୁ ଲୁହାଣ, ଥାନାରେ ମାମଲା

26/07/2020 at 11:20 AM

ଅନୁଗୋଳ ୨୬।୭: ଦୁର୍ବୁତ୍ତଙ୍କ ପଥର ମାଡ଼ରେ ଲହୁ ଲୁହାଣ ହେଲେ ବୋଲେରୋ ଡ୍ରାଇଭର । ଦୁର୍ବୃତ୍ତମାନେ ବୋଲେରୋ ଭଙ୍ଗାରୁଜା କରିଥିବା ବେଳେ ଗାଡି ଚାଳକଙ୍କ ଆଖି ଆଉ ମୁହଁରେ ଶକ୍ତ ଆଘାତ ଲାଗିଛି । ଅନୁଗୋଳ ଜିଲ୍ଲା ବାଗଡ଼ିଆ ଖମାର ଆମ୍ବବୁରୀଠାରେ ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ନୂଆଗାଁରୁ ତାଳଚେର ସୁନା ଖଣିକୁ ଏକ ଦମ୍ପତ୍ତି ରାତିରେ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ପଥର ମାଡ଼ କରିଥିଲେ । ଡ୍ରାଇଭରଙ୍କ ମୁଣ୍ଡ ଆଉ ଆଖିରେ ପଥର ବାଜିଥିଲା । ଫଳରେ ସେ ଗାଡିର ଷ୍ଟିୟରିଂ ଛାଡି ଦେଇଥିଲେ । ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପଳାଇ ଯାଇଥିଲା ।

କରୋନା ଯୋଗୁଁ କାହାଘରେ ନ ରହିବାକୁ ମନସ୍ତ କରି ରାତ୍ରି ଭୋଜନ ପରେ ଝିଅ ଘରୁ ତାଳଚେର ଫେରୁଥିଲେ ଭାଗିରଥୀ ମହାରଣା ଓ ତାଙ୍କ ପତ୍ନୀ । ଖବର ପାଇ ବାଗଡ଼ିଆ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛି ସେ ନେଇ ତଦନ୍ତ ଜାରି ରହିଛି ।

   Related Posts