Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ଫୁଟ ତଳକୁ ଖସିଲା ବୋଲେରୋ : ଡ୍ରାଇଭର ଗୁରୁତର

3/09/2019 at 9:01 AM

ଗଜପତି ୩/୯: ଗଜପତି ଜିଲ୍ଲା ମୋହନା ବେତରସିଂ ନିକଟସ୍ଥ ଏକ ପୋଲର ୨୦ ଫୁଟ ତଳକୁ ଖସି ପଡିଛି ବୋଲେରୋ । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଡ୍ରାଇଭର ଜଣକ ହେଲେ ପଲକୁଆ ଗାଁର ସଞ୍ଜୟ ରାଇକା । ଆଜି ଭୋର ସମୟରେ ମୋହନରୁ ବଡଗଡ ଅଂଚଳକୁ ଯାଉଥିବା ବେଳେ ପୋଲ ତଳକୁ ଖସି ଓଲଟି ପଡିଥିଲା ବୋଲେର । ଆଜି ସକାଳେ ସେହି ଅଂଚଳର ଲୋକେ ଦେଖିବା ପରେ ଦୁର୍ଘଟଣା ସମ୍ପକରେ ଜଣା ପଡିଥିଲା ।

ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ । ଲୋକେ କବାଟ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ମୋହନା ପୋଲିସ , ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଡି ତଳେ ଆଉ କେହି ଚାପି ହୋଇଛନ୍ତି କି ନାହିଁ ତାହା ଯାଞ୍ଚ କରୁଛି ପୋଲିସ ।

   Related Posts