ଏବେ ଦେହଜୀବୀ ଭୂମିକାରେ ନଜର ଆସିବେ ଏହି ହଟ୍‌ ଅଭିନେତ୍ରୀ, ଗୋଟେ ଫିଲ୍ମ ପାଇଁ ରାତାରାତି ହୋଇଥିଲେ ଷ୍ଟାର

Published By : Prameya-News7 Bureau | November 26, 2019 IST

ମୁମ୍ବାଇ୨୬|୧୧: ତେଲୁଗୁ ଫିଲ୍ମ “ଆରଏକ୍ସ ୧୦୦” ର ଅଭିନେତ୍ରୀ ପାୟଲ ରାଜପୁତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଭିନୟ କରି ପାୟଲ ରାତା ରାତି ଷ୍ଟାର ହୋଇଥିଲେ। ଏହି ସିନେମାରେ ଅଭିନେତା କାର୍ତ୍ତିୀକଙ୍କ ସହ ପାୟଲ ଅନେକ ବୋଲ୍ଡ ସିନ୍‌ କରିଥିଲେ।

{"id":190078,"sizeSlug":"large"}

ପାୟଲ ପଂଜାବୀ ଓ ତେଲେଗୁ ସିନେମାରେ ଅଭିନୟ କରନ୍ତି। ପାୟଲ ନିଜ ବୋଲ୍ଡନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୭ ମସିହାରେ ସେ ପଂଜାବୀ ଫିଲ୍ମରେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ।

{"id":190079,"sizeSlug":"large"}

ଏବେ ପାୟଲଙ୍କୁ ଆଉ ଏକ ବୋଲ୍ଡ ଅବତାରରେ ଦେଖିବାକୁ ମିଳିବ। ଟାଇଗର ରାୱ ନାଗେଶ୍ବରଙ୍କ ବାୟୋପିକ୍‌ରେ ପାୟଲ ଅଭିନୟ କରିବେ। ଏହି ଫିଲ୍ମରେ ପାୟଲ ଜଣେ ଦେହଜୀବୀର ଭୂମିକାରେ ନଜର ଆସିବେ। ଶେଷ ଥର ପାଇଁ ପାୟଲଙ୍କୁ ଫିଲ୍ମ ସୀତାରେ ଏକ ଆଇଟମ୍‌ ସଙ୍ଗରେ ଦେଖିବାକୁ ମିଳିଥିଲା। ଫିଲ୍ମ ସୀତାରେ କାଜଲ ଅଗ୍ରୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":190080,"sizeSlug":"large"}

ଏବେ ପାୟଲ ତାଙ୍କ କ୍ୟାରିଅରର ସବୁଠୁ ବୋଲ୍ଡ ଭୂମିକାରେ ଅଭିନୟ କରିବେ।  ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତି ସରିଛି ଓ ଶୁଟିଂ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ଦର୍ଶକ ପାୟଲଙ୍କ ହଟ୍‌ ଲୁକ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମରେ ପାୟଲଙ୍କୁ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.