Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ବଲାଙ୍ଗୀରରେ ଆଜିଠୁ ନାଇଟ୍ କର୍ଫ୍ୟୁ: କଡାକଡି କୋଭିଡ୍ କଟକଣା, ବାହାର ଜିଲ୍ଲାବାସୀଙ୍କ ଉପରେ ନଜର

5/04/2021 at 2:52 PM

ବଲାଙ୍ଗୀର ୪/୫: ବଲାଙ୍ଗୀରରେ ଆଜିଠୁ ରାତ୍ରକାଳିନ କର୍ଫ୍ୟୁ । ଗତ କିଛି ଦିନ ମଧ୍ୟରେ କରୋନାର କାୟା ରାଜ୍ୟରେ ବିସ୍ତାର କରୁଥିବା ବେଳେ ଏଠାରେ ମଧ୍ୟ ପ୍ରତିଦିନ ସଂଖ୍ୟା ବଢିବାରେ ଲାଗିଛି ।  ଏନେଇ ରାଜ୍ୟ ସରକାର ସ୍ପେଶାଲ ରିଲିଫ କମିଶନରଙ୍କ ଆଦେଶ କ୍ରମେ ୧୦ ଟି ଜିଲ୍ଲାରେ ରାତ୍ରକାଳିନ କର୍ଫ୍ୟୁ କରାଯାଇଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏହାକୁ କଡାକଡି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛି ପ୍ରଶାସନ ଓ ପୋଲିସ ବିଭାଗ ।

ଆଜି ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରକାଳିନ କର୍ଫ୍ୟୁ ଚାଲିବ । ଏହି ସମୟରେ ନିୟମ ଖିଲାପ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୂଷ୍ଠାନ ନେବା ସହ ଫାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲାର ବର୍ଡର ଅଞ୍ଚଳରେ ପୋଲିସ ସୁରକ୍ଷା ବଢା ଯାଇଛି । ତେବେ ରାଜ୍ୟ ବାହାରୁ କିମ୍ବା ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ଏସପି । ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ସହ ସାମାଜିକ ଦୁରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ସଚେତନତା ଗାଡି ବୁଲିବା ସହ ଲୋକଙ୍କୁ କରାଯାଉଛି ସଚେତନ । ସେପଟେ ଜରୁରି କାମ ନଥିଲେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି ।

   Related Posts