ସିସିଟିଭି ସର୍ଭିଲାନ୍ସରେ ବଲାଙ୍ଗୀର ସହର: ସହର ଉପରେ ୨୪ ଘଣ୍ଟିଆ ନଜର ରଖିବ ପୋଲିସ

Published By : Prameya-News7 Bureau | March 08, 2019 IST

ବଲାଙ୍ଗୀର ୮/୩ : ଏଣିକି ଚୋର ଡକାୟତ ଗୁଣ୍ଡା କେହିବି ପୋଲିସକୁ ଚକମା ଦେଇ ଖସିଯିବା ସହଜ ହେବନି । ବେଧଡକ ଅପରାଧ ଘଟାଇ ଖିସଯାଇପାରିବେନି ଦୁର୍ବୃତ୍ତ । କାରଣ ସିସିଟିଭି ସର୍ଭିଲାନ୍ସରେ ରହିବ ବଲାଙ୍ଗୀର ସହର । ୨୪ ଘଣ୍ଟା ବଲାଙ୍ଗୀର ସହର ଉପରେ ନଜର ରଖିବ ବଲାଙ୍ଗୀର ପୋଲିସ। ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ ଛକ ସହ ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି। ଯାହାର କଣ୍ଟ୍ରୋଲ ଖୋଦ ଏସପିଙ୍କ ପାଖରେ ରହିବ। ତେବେ ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ନା ସବୁଦିନ ପାଇଁ  ବଲାଙ୍ଗୀର ବାସି ଏହି ସୁବିଧା ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି।

{"id":91755}

ସାବଧାନ କ୍ୟାମେରା ସବୁ ଦେଖୁଛି। ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛି ? ଦେଖନ୍ତୁ ଏ ଦୃଶ୍ୟ ଗୁଡିକୁ।  ଗୋଟିଏ ପୋଲରେ ଲାଗିଛି ୪ ରୁ ଅଧିକ କ୍ୟାମେରା। ଏ ହେଉଛି ବଲାଙ୍ଗୀର ସହରର ବିଭିନ୍ନ ଛକର ଦୃଶ୍ୟ।  ଦିନ ହେଉ କି ରାତି ଏବେ ସବୁବେଳେ ସିସିଟିଭି ସର୍ଭିଲେନ୍ସରେ ରହିବ ବଲାଙ୍ଗୀର ସହର। ଫଳରେ ଚୋର, ଡକାୟତ, ଗୁଣ୍ଡା କେହିବି ପୋଲିସକୁ ଚକମା ଦେଇ ଖସିଯିବା ସହଜ ହେବନି । ଏହାଦ୍ବାରା ଦିନକୁ ଦିନ ବଢି ଚାଲିଥିବା ଅପରାଧରେ କିଛିମାତ୍ରାରେ ଅଙ୍କୁଶ ଲାଗିବ । ପ୍ରଥମ ପର୍ଯ୍ୟାୟରେ ସହରର ଭାଗରଥି ଛକ, କଚେରି ଛକ, ଓ ପାଟଣାଛକରେ ୧୪ଟି ସିସିଟିଭି ଖଞ୍ଜା ଯାଇଥିବାବେଳେ ପରବର୍ତ୍ତି ସମୟରେ ବିଭିନ୍ନ ସ୍ଥାନରେ ୫୪ ଟି ସିସିଟିଭି ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି।

{"id":91756}

କେବଳ ସେକିତି ନୁହେଁ ଏଣିକି ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ଆଲୋକ ସଂଙ୍କେତ କରିବ । ସହରର ମୁଖ୍ୟ ଛକ ଗୁଡିକରେ ଲାଗିବ ଆଲୋକ ଟ୍ରାଫିକ ସିଗନାଲ। ଯାହାର ଉଦଘାଟନ କରିଛନ୍ତି ବଲାଙ୍ଗୀର ସାଂସଦ, ଜିଲ୍ଲାପାଳ ଓ ଏସପି। ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ହେଲା ଡକାୟତ, ଲୁଟେରା ସହ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ବିଭିନ୍ନ ସମୟରେ ଘଟୁଥିଲା ଛୋଟବଡ ଅଘଟଣ। ଏହାକୁ ନେଇ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ଦାବି ଉଠିଥିଲା।

{"id":91757}

ସୁରକ୍ଷା ପାଇଁ ସିସିଟିଭି ଲାଗାଯାଇଛି ସତ। ହେଲେ ଏହା ଠିକ ଭାବରେ କାମ କରିବ ନାଁ ନାହିଁ ସେ ନେଇ  ଉଠିଛି ପ୍ରଶ୍ନ। କାରଣ ଦୁଇ ଦିନ ତଳେ ବଲାଙ୍ଗୀରରେ ଶିଶୁ ଚୋରି ହୋଇଥିବା ବେଳେ ଏଯାଏ ତାର ପତା ମିଳିନି । ସେଠାରେ ସିସିଟିଭି ଲାଗିଥିଲା ସତ ହେଲେ କାମ ହିଁ କରୁନଥିଲା ।

{"id":91758}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.