ବଲାଙ୍ଗିର ରାଜନୀତି : ଶ୍ରେୟ ନେବା ପାଇଁ ଦୁଇ ପରସ୍ପର ବିରୋଧୀ ନେତା ନରସିଂହ ଓ କଳିକେଶ ଏକାଠି

Published By : Prameya-News7 Bureau | December 07, 2018 IST

ବଲାଙ୍ଗିର୭|୧୨:ନିର୍ବାଚନକୁ ନଜର ରଖି ଶ୍ରେୟ ରାଜନୀତିରେ ମାତିଛନ୍ତି ନେତା । ତା’ର ଝଲକ ଦେଖିବାକୁ ମିଳିଛି ବଲାଙ୍ଗିରରେ। ସହରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ନଡ଼ିଆ ଭାଙ୍ଗିବାକୁସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଭିତରେ ଚାଲିଛି ପ୍ରତିଯୋଗିତା । ଯାହାକୁ ​‌ଲୋକେ ବି ଖୁବ୍‌ ଏନଜଏକରିଛନ୍ତି । ….

୧୯ନିର୍ବାଚନକୁ ନେଇ ନେତା ଏବେ ଭେରି ସିରିୟେସ୍‌ । ଭୋଟରଙ୍କ ପାଖରେ ନିଜର ପତିଆରା ଜାହିର୍‌ ପାଇଁଏବେ ସମସ୍ତେ ବ୍ୟସ୍ତ । କେହି କାହାକୁ ସ୍ପେଶ୍‌ ଦେବା ମୁଡ୍‌ରେ ନାହାନ୍ତି । ବଲାଙ୍ଗିର ରାଜନୀତିକୁଦେଖିଲେ ଏସବୁ କିଛି ସହଜରେ ବୁଝି ହୋଇଯାଉଛି । ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତରସ୍ଥାପନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମିଳିଛି ଏମିତି  କିଛି ଝଲକ । ଦିନେ ନାଇଁ କାଳେ ନାଇଁ ଗହ୍ମାପୁନେଇଁରେ ମାଇଁମାଇଁ ନୀତିରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହମିଶ୍ର ଓ ସ୍ଥାନୀୟ ସାଂସଦ କଳିକେଶ ନାରାୟଣ ସିଂହଦେଓ ।

ସେପଟେଶାସକ ଓ ବିରୋଧୀ, ଦୁଇ ଦଳର ସମର୍ଥକଙ୍କ ଭିଡ଼ରେ ଜାମ୍‌ ହୋଇଯାଇଛି ପୂରା ସହର ।  ଲୋକଙ୍କ ଯିବା ଆସିବା କଥା ଛାଡ଼ନ୍ତୁ ଆମ୍ବୁଲାନ୍ସ ବିପାସ୍‌ କରିପାରୁନି । ତେବେ ସେ ଯାହା ବି ହେଉ ବଲାଙ୍ଗୀର ସହରରେ ଦୁଇ ହେଭିଓ୍ବେଟଙ୍କ ଭିତ୍ତି ପ୍ରସ୍ତର ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଦେଖଣହାରିଙ୍କୁ ବେଶଅବାକ କରିଥିଲା।

ପୂର୍ବରୁଶ୍ରେୟ ରାଜନିତିକୁ ନେଇ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବହୁବାର ଟଣାଓଟରା ଦେଖିବାକୁମିଳିଛି। ଏଥରପ୍ରକଳ୍ପର ଉଦଘାଟନ ଶିଳାନ୍ୟାସରେ ନଡିଆ ଭାଙ୍ଗିବାକୁ ନେଇ ଶାସକ ଓ ବିରୋଧି ନେତାଙ୍କଠାରୁ ଆରମ୍ଭ କରି କର୍ମିଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଆଲୋଚନାକୁ ବେଶ୍‌ ଖୋରାକ୍‌ଯୋଗାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.