ଆକ୍ସନ ମୁଡ୍‌ରେ ବଲାଙ୍ଗିର ପୋଲିସ : ଗୋଟିଏ ପରେ ଗୋଟିଏ ଏନ୍‌କାଉଣ୍ଟର କରି ଅପରାଧୀଙ୍କୁ ଚେତାବନୀ, ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ

Published By : Prameya-News7 Bureau | February 04, 2019 IST

ବଲାଙ୍ଗିର ୪|୧: ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର କରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚୋତବନୀ ଦେଇଛି ବଲାଙ୍ଗୀର ପୋଲିସ । ଗତ ୨୬ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ବବଲୁକୁ ଏନକାଉଣ୍ଟର ପରେ ରବିବାର ରାତିରେ ତା ଘନିଷ୍ଠ ସହଯୋଗୀ କ୍ରିଷ୍ଣାକୁ ଏନକାଉଣ୍ଟର କରିଛି ପୋଲିସ ।

{"id":81743}

ବଲାଙ୍ଗୀରରେ ପୁଣି ଏନ୍‌କାଉଣ୍ଟର । ଏଥର  ପୋଲିସ ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା କୋଠା । ମାସେ ହେଲା ଚକମା ଦେଇ ଚାଲିଥିବା କ୍ରିଷ୍ଣାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ବଲାଙ୍ଗୀରରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ବବଲୁ ମହାନନ୍ଦର ଘନିଷ୍ଠ ସହଯୋଗୀ ହେଉଛି କ୍ରିଷ୍ଣା । ବବୁଲକୁ ଏନକାଉଣ୍ଟରର ୯ ଦିନ ପରେ ତୁଷୁରା ଛକ ନିକଟରେ ସହଯୋଗୀ କ୍ରିଷ୍ଣାକୁ ଗୁଳିକରି କାବୁ କରିଛି ପୋଲିସ ।

{"id":81744}

କ୍ରିଷ୍ଣାର ବାମ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ କ୍ରିଷ୍ଣାକୁ ପ୍ରଥମେ ସଇଁନ୍ତଳା ପରେ ବଲାଙ୍ଗୀର  ଏବଂ ଏବେ ବୁର୍ଲା ମେଡିକାଲରେ ଚିକିତ୍ସା କରାଯାଉଛି । ଧରା ପଡିବା ପରେ ଅପରାଧ କାର୍ଯ୍ୟକଳାପ ନେଇ ମୁହଁ ଖୋଲିଛି କ୍ରିଷ୍ଣା । କ୍ରିଷ୍ଣା ନୂଆପଡା ଜିଲ୍ଲାର ବାସିନ୍ଦା । ଦୀର୍ଘ ଦିନ ହେଲା ସେ ବବୁଲ ସହ ମିଶି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚଳାଇଆସିଥିଲା ।

{"id":81745}

୨ ବର୍ଷ ତଳେ ବଲାଙ୍ଗୀରରେ ଆରମ୍ଭ ହୋଇଥିଲା ଅପରାଧୀ ଦମନ ଅଭିଯାନ । କୁଖ୍ୟାତ ଟିମନ ଓ ଜିତେନକୁ ଗିରଫ କରିବା ପରେ ପୋଲିସ ଟିକେ ଧିମଇ ଯାଇଥିଲା । ଏହାର ସୁଯୋଗ ନେଇ ଆଉ କିଛି ଗୋଷ୍ଠୀ ଆକ୍ଟିଭ୍ ହୋଇଯାଇଥିଲେ । ଏବେ ପୁଣି ଆକ୍ସନକୁ ଆସିଛି ପୋଲିସ । ଗତ ୨୬ ତାରିଖରେ ସଇଁନ୍ତଳା ଗୋଲଭାଡି ଛକ ନିକଟରେ ବବଲୁକୁ ଏନକାଉଣ୍ଟର କରିଥିଲା ପୋଲିସ । ଏହାର ଦୁଇ ଦିନ ପରେ ବବୁଲ ଗ୍ୟାଙ୍ଗର ୮ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.