Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବଲାଙ୍ଗିରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର

3/02/2019 at 7:22 PM

ବଲାଙ୍ଗିର୩|୨: ଆଜି ସଂଧ୍ୟାରେ ବଲାଙ୍ଗିର ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି । ତୁଷରା ଥାନା ଅନ୍ତର୍ଗତ ପହିଲି ଛକରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଅପରାଧୀର ଅବସ୍ଥା ଗୁରୁତର ରହିଛି । ଏହି ଅପରାଧୀକୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବାବେଳେ ଅପରାଧୀ ପୋଲିସ ଟିମ ଉପରକୁ ଗୁଳି ଚଳାଇଥିଲା । ପ୍ରତି ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଅପରାଧୀର ଗୋଡରେ ଗୁଳି ବାଜିଥିବା ଜଣା ପଡିଛି ।

 ଅପରାଧୀର ପରିଚୟ ପୋଲିସ ଗୋପନ ରଖିଛି । ନିର୍ଦ୍ଦିଷ୍ଟ ଏକ ମାମଲାର ତଦନ୍ତରେ ବ୍ୟାଘାତ ହେବ ବୋଲି ଏହି ଗୋପନୀୟତା ଅବଲମ୍ବନ କରାଯାଇଛି । ଗତ କିଛି ଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ଅପରାଧୀଙ୍କ ଦୈରାତ୍ମ୍ୟ ବଢିବାରେ ଲାଗିଥିଲା । ଖବରକାଗଜର ଜଣେ ସର୍କୁଲେସନ କର୍ମଚାରୀଙ୍କୁ ହତ୍ୟାଠାରୁ ଆରମ୍ଭ କରି ମଦଭାଟି ମ୍ୟାନେଜରଙ୍କୁ ଲୁଟ ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା ।

   Related Posts