ବଲାଙ୍ଗୀର ପୋଲିସକୁ ସଫଳତା, ୩ ଅନ୍ତଃଜିଲ୍ଲା ଡକାୟତ ଗିରଫ, ଟଙ୍କା ସହ ସୁନା ଜବତ

Published By : Prameya-News7 Bureau | October 10, 2021 IST

ବଲାଙ୍ଗୀର, ୧୦/୧୦: ରାସ୍ତାରେ ଯିବା ବେଳେ କେତେ ବେଳେ ଲୋକଙ୍କ ଠାରୁ ଲୁଟ ତ କେତେ ବେଳେ ଡକାୟତି କରୁଥିଲେ। ବ୍ୟାଙ୍କରୁ ଆସୁଥିବା ଲୋକଙ୍କ ଡିକି ଭାଙ୍ଗି ସେଥିରୁ ଟଙ୍କା ନେଇ ଫେରାର ମାରୁଥିଲେ। ଏଭଳି କିଛି ଅନ୍ତଜିଲ୍ଲା ଡକାୟତି ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଗିରଫ ତିନି ଜଣ ହେଲେ  ଗଞ୍ଜାମ ଜିଲ୍ଲାର ଆସ୍କାର ଡି ରାଜା, ସୋନପୁର ଜିଲ୍ଲାର ଦୟାସାଗର ଛତ୍ରିଆ ଓ ସାରଥୀ ବାଗ ।

ଏ ତିନି ଜଣ ବଲାଙ୍ଗୀର ସହରରେ ଦିର୍ଘ ଦିନ ଧରି ରହିବା ସହ ଏଠାରରେ ଚଲାଇଥିଲେ ଲୁଟତରାଜ। ରାସ୍ତାରେ ଯିବା ସମୟରେ ଲୋକଙ୍କୁ ଛୁରି ଭୁଜାଲି ଦେଖାଇ ଲୁଟ କରୁଥିଲେ। ତା ସହ ଡକାୟତି କରୁଥିଲେ। ତେବେ ଏ ଗ୍ୟାଙ୍ଗର ୩ ଜଣଙ୍କୁ ଧରିଛି ପୋଲିସ। ସେପଟେ ଏଥିରେ ସାମିଲ ଆହୁରି କିଛି ଦୁର୍ବୃତ୍ତ ରହିଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ। ତେବେ ଗିରଫ ୩ ଜଣଙ୍କ ପାଖରୁ ୧ ଲକ୍ଷ ୯୪ ହଜାର ଟଙ୍କା କେସ, ୪୫ ଗ୍ରାମ ସୁନା, ଡିକି ଭାଙ୍ଗିବାରେ ବ୍ୟବହାର ହେଉଥିବା ହତିଆର, ପାନା, ତା ସହ ୬ଟି ମୋବାଇଲ, ୧୦ ଟି ସିମ କାର୍ଡ, ଗୋଟିଏ ଭାରତ ଫାଇନାନ୍ସରୁ ଲୁଟ କରିଥିବା ଟେବଲେଟ ଫୋନ ଭଳି ଜିନିଷ ସବୁ ଜବତ କରିଛି ପୋଲିସ।

ଏନେଇ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏ ଗ୍ୟାଙ୍ଗ ଦିର୍ଘ ବର୍ଷ ଧରି ବଲାଙ୍ଗୀରରେ ରହୁଥିବା ବେଳେ ବଲାଙ୍ଗୀର ସହ ସୋନପୁର  ଜିଲ୍ଲା, ବରପାଲ, ଲୋଇସିଂହା, କଣ୍ଟାବାଞ୍ଜି, ବିନିକା, ବେଲପଡା, ଉଲଉଣ୍ଡା, ବରମାହାରାଜପୁର ଭଳି ଦୁଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ, ଡକାୟତି କରିଥିବା ନେଇ ଥାନାରେ ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.