ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
3/12/2020 at 8:46 AM

ବଲାଙ୍ଗୀର ୩।୧୨: ଭିଜିଲାନ୍ସ ଜାଲରେ ପଡିଲେ ରେଞ୍ଜର । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ପ୍ରଶାନ୍ତଙ୍କ ଟିଟିଲାଗଡ ସ୍ଥିତ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି । ଟିଟିଲାଗଡ ହାଟପଦା, ମୁରିବାହାଲ ରେଞ୍ଜ ଅଫିସ ଓ ବେଲପଦର ଫାର୍ମ ହାଉସରେ ଏକକାଳୀନ ଚଢାଉ ଚାଲିଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021