Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ବଲାଙ୍ଗୀର କୁକୁଡାହାଡ ଆନନ୍ଦ ତାଣ୍ଡି ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ଚୋରି ଟଙ୍କା ଭାଗବଣ୍ଟାରୁ ହୋଇଥିଲା ହତ୍ୟା, ଗିରଫ ହେଲେ ୪ ଅଭିଯୁକ୍ତ

16/10/2020 at 8:38 PM

ବଲାଙ୍ଗୀର, ୧୬|୧୦:    ବହୁଚର୍ଚ୍ଚିତ ବଲାଙ୍ଗୀର କୁକୁଡାହାଡର ଆନନ୍ଦ ତାଣ୍ଡିଙ୍କ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ମନ୍ଦିର ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଏନେଇ କଂଟାବାଂଜି ପୋଲିସ ଓ ଜିଆରପି ପକ୍ଷରୁ ଘଟଣା ସଂପର୍କରେ ପୁରା ହତ୍ୟାକାଣ୍ଡ ସମ୍ପର୍କରେ ଟିକ୍ ନିକ୍ ଖବର ଦେଇଛନ୍ତି । ଏପରିକି ପୋଲିସ ଓ ଜିଆର୍ପିର ମିଳିତ ଉଦ୍ୟମରେ ଏହି ଘଟଣାର ପର୍ଦ୍ଦାଫାସ ହୋଇପାରିଛି l

କୁକୁଡାହାଡ ରେଳ ଲାଇନ ଟ୍ରାକ ରେ ଆନନ୍ଦ ତାଣ୍ଡିଙ୍କ ଖଣ୍ଡ ବିଖଣ୍ଡ ମୃତ ଶରୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପରିବାର ଲୋକ ଏହାକୁ ବର୍ବର ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଥିଲେ । ଉଭୟ କଂଟାବାଂଜି ଟାଉନ ପୋଲିସ ଏବଂ ଜିଆରପିର ତଦନ୍ତ ପରେ ଏକ ସପ୍ତାହ ଭିତରେ ଘଟଣାରେ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ଏହି ଘଟଣାରେ ପୋଲିସ ୪ଜଣ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ତେବେ ଏହି ନିର୍ମମ ହତ୍ୟା କାଣ୍ଡ କେମିତି ଘଟିଲା? କଣ ରହିଛି ହତ୍ୟାକାଣ୍ଡ ପଛର ଆସଲି କାରଣ? କିଏ ଅଭଳି ହତ୍ୟା କାଣ୍ଡ ଭିଆଇଲେ? କେମିତି ଥିଲା ପୁରା ଘଟଣା? କଂଟାବାଂଜି-ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨ର କେ.ଭି.କଲେଜ ନିକଟରେ ଥିବା ଶ୍ୟାମ ଖାଟୁ ମଂଦିରର ଗତ ୮ ତାରିଖ ଦିନ ରାତିରେ ଚୋରି ହୋଇଥିଲା । ଏହି ଚୋରିକୁ ନେଇ ହରିହର ବାଗ କଂଟାବାଂଜି ଥାନାରେ ଏକ ଏତଲା ଦେଇଥିଲେ । କଂଟାବାଂଜି ଥାନା କେସ ନଂ.୨୨୨/୯.୧୦.୨୦୨୦ ଅନୁସାରେ କଂଟାବାଂଜି ଟାଉନ ଥାନା ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ ମାମଲା ଉପରେ ଅନୁସଂଧାନ କରୁଥିଲେ । ଏହି ମାମଲାର ଅନୁସନ୍ଧାନରେ ହୀରାଲାଲ ପୁଟେଲ, ବୃନ୍ଦାବନ ଦୀପ, ସୁରଥ ପୁଟେଲ, ଧାନୀ ଷାଣ୍ଢ, ଡୋଲାମଣି ପୁଟେଲ ଓ ଆନନ୍ଦ ତାଣ୍ଡିକୁ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ସେହିପରି କଂଟାବାଂଜି ଥାନା କେସ ନଂ.୨୨୯/୧୧.୧୦.୨୦୨୦ ଦଫା ୪୫୭/୩୮୦ ଆଇପିସି ଅନୁଯାୟୀ ଗତ ୮ ତାରିଖ ରାତିରେ କୁକୁଡାହାଡ ଗାଁରୁ ଏକ ମୋଟର ସାଇକଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗଟି ଶ୍ରୀମତୀ ଗୁଞ୍ଜ ପୁଟେଲ ସ୍ୱାମୀ ବୈକୁଣ୍ଠ ପୁଟେଲ କଂଟାବାଂଜି ଥାନାରେ ଦେଇଥିଲେ, ଯାହା କଂଟାବାଂଜି ଥାନା କେସ ନଂ.୨୨୯/୧୧.୧୦.୨୦୨୦ ଦଫା ୪୫୭/୩୮୦ ଆଇପିସି ଅନୁଯାୟୀ ରୁଜୁ ହୋଇଥିଲା । ଗତ ୮ ତାରିଖ ଦିନ ମାମଲା ରୁଜ୍ଜୁ ପରେ କଂଟାବାଂଜି ପୋଲିସ ତଦନ୍ତ ଆରମ୍ଭ କରି ଆନନ୍ଦ ତାଣ୍ଡି, ଧନୀ ଷାଣ୍ଢଙ୍କୁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଲା । ଶ୍ୟାମ ଖାଟୁ ମନ୍ଦିରରୁ ଚୋରି ଘଟଣା ଏବଂ ବାଇକ ଚୋରିକୁ ନେଇ ହିରାଲାଲ ପୁଟେଲ, ବୃନ୍ଦାବାନ ଦୀପ, ସୁରଥା ପୁଟେଲ, ଧନୀ ଷାଣ୍ଢ, ଡୋଲାମଣି ପୁଟେଲ ଓ ଆନନ୍ଦ ତାଣ୍ଡି ମଧ୍ୟରେ ଗତ ୮ ତାରିଖ ଦିନ ଚୋରି ଟଙ୍କା ଭାଗବଂଟା ହୋଇଥିଲା ।  ଆନନ୍ଦ ତାଣ୍ଡି ଅନ୍ୟମାନଙ୍କୁ ସମାନ ଟଙ୍କା ଦେଇ ସେ ମୋଟା ରକମର ଟଙ୍କା ନେବା ମଧ୍ୟରେ ବଚସା ହୋଇ କୁକୁଡାହାଡ ରେଳ ଲାଇନରେ ହତ୍ୟା ଘଟଣା ଘଟିଛି ।

ଏହି ହତ୍ୟା ଘଟଣାରେ ଧନୀ ଷାଣ୍ଢ ଆନନ୍ଦକୁ ଏକ କଟୁରୀରେ ହତ୍ୟା କଲା ପରେ ସମସ୍ତେ ରେଳ ଲାଇନରେ ଫିଙ୍ଗି ଦେଇଥିଲେ । ତା’ ପରଦିନ ୯ ତାରିଖ କଂଟାବାଂଜି ଜିଆରପି ଓ କଂଟାବାଂଜି ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିବା  ସଂଧାନୀ କୁକୁର ମଧ୍ୟ ଆସି କଂଟାବାଂଜିରୁ ଫେରିଗଲା । ପରେ ସଂଧାନୀ କୁକୁରର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଜିଆରପି ପୋଲିସ କେସ ନଂ. ୩୨/୯.୧୦.୨୦୨୦ ରୁଜୁ କରି ଅଧିକ ଅନୁସଂଧାନ ଜାରି ରଖିଥିଲା । ଏପରିକି ଜିଆରପି. ଡି.ଏସ.ପି. ରାୟଗଡା ମଧ୍ୟ ଅନୁସଂଧାନ ପାଇଁ ଆସିଥିଲେ । ଆନନ୍ଦର ହତ୍ୟା ଅଭିଯୋଗକୁ ଭିତ୍ତି କରି ଜିଆରପି କଂଟାବାଂଜି ସବ୍‌ ଇନ୍ସପେକ୍ଟର ମୋହନ ନାୟକ କଂଟାବାଂଜି ଥାନାରେ ଏକ ଏତଲା ଦେଇଥିଲେ । କଂଟାବାଂଜି ଟାଉନ ଥାନା କେସ ନଂ.୨୩୧/୧୨.୧୦.୨୦୨୦ ଦଫା ୩୦୨/୨୦୧/୧୨୦(ବି) ଆଇପିସିରେ କଂଟାବାଂଜି ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର ଘଟଣାର ଅନସୁଂଧାନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଅନୁସନ୍ଧାନ ମଧ୍ୟରେ ଅଭିଯୁକ୍ତ ଧନୀ ଷାଣ୍ଢ ଆନନ୍ଦର ହତ୍ୟା ଘଟଣା ରାତିରେ ହିଁ ନିଜ ପରିବାର ଲୋକଂକୁ ସମସ୍ତ ଘଟଣା ଜଣାଇଥିଲା । ଏହା ପରେ ପରିବାର ବର୍ଗ ଅନୁସନ୍ଧାନ ବେଳେ ଧନୀର ପରିବାରଠାରୁ ସବୁ ଜାଣିଲା ପରେ ଅଭିଯୁକ୍ତ ହୀରାଲାଲ, ବୃନ୍ଦାବନ, ସୁରଥ, ଡୋଲାମଣି ସମସ୍ତେ ଆନନ୍ଦକୁ ହତ୍ୟା କରି ରେଳ ଲାଇନରେ ଫିଙ୍ଗିଥିବା ସ୍ୱୀକାର କରିଛନ୍ତି । ଏହା ଉପରେ ଖବରଦାତା ସମ୍ମିଳନୀରେ କଂଟାବାଂଜି ଏସଡିପି ସରୋଜ କୁମାର ମହାପାତ୍ର, ଆଇଆଇସି ସତ୍ୟଜିତ କାଣ୍ଡେଲକର, ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ, ଏଏସଆଇ ପଂଚାନନ ଖୁଆସ, ଜିଆରପି ସବ୍‌ ଇନ୍ସପେକ୍ଟର ମୋହନ ନାୟକ, ଏଏସଆଇ ଉମେଶ ଅହିର, କଂଟାବାଂଜି ଥାନା ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ ସହ ଅନ୍ୟ ଅଧିକାରୀ ସମୂହ ଉପସ୍ଥିତ ଥିଲେ ।

   Related Posts