Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଝିମିଟି ଖେଳରୁ ମହାଭାରତ : ସାମାନ୍ୟ କଥା ପାଇଁ ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ, ଲିଭିଗଲା ୨ ଜୀବନ

24/01/2021 at 2:58 PM

ବଲାଙ୍ଗୀର,୨୪/୦୧: ବଲାଙ୍ଗିର ଜରାସିଂଘା ଗାଁରେ ଘଟିଥିବା ଡବଲ ମର୍ଡର ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତିରୁ ଘଟଣା ସ୍ଥଳରେ ୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଦୁଇ ମୃତକଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲକୁ ପଠାଇଛି ପୋଲିସ । ସେପଟେ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଗାଁ ର ଦୁଇ ଜଣଙ୍କ ହତ୍ୟା ପରେ ଜରାସିଂହ । ଗାଁ ସ୍ତବ୍ଧ ହୋଇ ପଡ଼ିଛି ।

ସାମାନ୍ୟ କଳିରୁ ହତ୍ୟା । ସାମାନ୍ୟ କଥାକୁ ନେଇ ଦୁଇ ଦୁଇଟି ମର୍ଡର ।  ବଲଙ୍ଗୀର ଜରା ସିଂହl ଗାଁରେ ଡବଲ ମର୍ଡର ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଜରାସିଂହା ଗାଁରେ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଜାଞ୍ଚ କରିବା ସହ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ କୁରାଢିକୁ ଜବତ କରିଛି । ମୃତକଙ୍କ ଦୁଇ ପରିବାରକୁ ଜଗି ରହିଛି ପୋଲିସ । ସେପଟେ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ ।

ତେବେ ଛେଳି ଚରାଇବାକୁ ଧନମତ ଯାଇଥିବା ବେଳେ ସେଠାରେ ଶ୍ରୀପତି  ମୁଗ ବାଡିରେ ପାଣି ଦେବାକୁ ଯାଇ ପାଖରୁ ଜଣକ ଠାରୁ ପମ୍ପ ମାଗି ଆଣିଥିଲେ। ଯାହାକୁ ନେଇ ଧନମତ ତାଙ୍କୁ ପମ୍ପ ମାଗିକି ଆଣିବା କଥା କହିବା ସହ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା। ଧନମତ ପାଖରେ ରଖିଥିବା ଗୋଟିଏ ଟାଙ୍ଗିଆ ସାହାଯ୍ୟରେ ଶ୍ରୀପତିଙ୍କୁ ଆକ୍ରମଣ କରିଥିଲେ।  ଘଟଣାସ୍ଥଳରେ ଶ୍ରୀପତିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପାଖରେ ଥିବା ଶ୍ରୀପତିଙ୍କ ସମ୍ପର୍କୀୟ ମାନେ ଧନମତକୁ ଆକ୍ରମଣ କରିବା ସହ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏନେଇ ଅନ୍ୟ ଦୁଇ ଜଣ କର୍ମସୁନା ଓ ବ୍ରାହ୍ମାସୁନାଙ୍କ ହାତରେ ଟାଙ୍ଗିଆ ଚୋଟ ବାଜିଥିଲା। ଏଥିରେ ସେମାନେ ଗୁରୁତର ହୋଇଥିଲେ।

ଏହାପରେ ଧନମତଙ୍କ ଘରକୁ ଆସି ଶ୍ରୀପତିଙ୍କ ସମ୍ପର୍କିୟ ତାଙ୍କୁ ଗୋଟିଏ କାତି ସାହାଯ୍ୟରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲେ । ତେବେ ଧନମତଙ୍କ ମୃତଦେହ ଶନିବାର ରାତିରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଗାଁରେ ପଡିରହିଥିବା ବେଳେ ରବିବାର ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।  ସେପଟେ ଏନେଇ ଉଭୟ ପରିବାରର ୫ ଜଣଙ୍କୁ ଅଟକ ରଖି ପଚାରାଉଚୁରା ଜାରି ରଖିଛି ପୋଲିସ। ଗାଁରେ ଶାନ୍ତି ସୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି।

   Related Posts