ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍, ଦୁଇ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | July 30, 2020 IST

ବଲାଙ୍ଗୀର ୩୦।୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଆଇସିୟୁ ବିଭାଗ ସିଲ୍ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁ ବିଭାଗରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ତେବେ ଏନେଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ସ୍ବତନ୍ତ୍ର ଆଇସିୟୁ ପାଇଁ ବ୍ୟବସ୍ଥା କରାଯାଇଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି ।

{"id":307603,"sizeSlug":"large"}

କରୋନା ସଙ୍କଟ ବେଳେ ହସ୍ପିଟାଲକୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି । ସେମାନଙ୍କୁ ଆଶୁ ଚିକିତ୍ସା ବିଭାଗ, ଓପିଡି ଆଉଟଡୋର ସହ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ସହ ମା ଓ ଶିଶୁ ବିଭାଗରେ ଚିକିତ୍ସା କରାଯାଉଛି । ତେବେ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା । ସେଥିମଧ୍ୟରୁ ଦୁଇ ଜଣ ରୋଗୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।ଏନେଇ ଆଜି ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ସହ ତାକୁ ସିଲ୍ କରାଯାଇଛି ।  

{"id":307604,"sizeSlug":"large"}

ସେପଟେ ଅନ୍ୟତ୍ର ଆଇସିୟୁର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କୁ ପାଇଁ ଆଅସିୟୁ ଦରକାର ପଡିଲେ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ । ସେପଟେ ଆଜି ବଲାଙ୍ଗୀର ଜିଲ୍ଲାରେ ୬ ଜଣ କରୋନା ରୋଗୀଙ୍କ ଚିହ୍ନଟ କରାଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୪୦୦କୁ ଛୁଇଁଥିବା ବେଳେ ଆକ୍ଟିଭ ୧୧୮ ଜଣ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮୨ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.