Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଛାଡିଯାଇଛି ବନ୍ୟା, ଉଜୁଡିଯାଇଛି ଘର ହେଲେ ମିଳିନି ସହାୟତା ; ବଲାଙ୍ଗୀରରେ ବନ୍ୟା ପ୍ରଭାବିତଙ୍କର ଦୁର୍ଦ୍ଦଶା

21/08/2019 at 3:43 PM

ବଲାଙ୍ଗିର ୨୧।୮: ବଲାଙ୍ଗିର ବନ୍ୟାକୁ ସପ୍ତାହେ ବିତିଲାଣି । ହେଲେ ଏବେ ବି ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ପାଣି ଛାଡ଼ିବା ପରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି । ଘର ସଜାଡ଼ୁ ସଜାଡ଼ୁ ବନ୍ୟାର ସେ ଭୟଙ୍କର ରୂପ ମନେପଡ଼ିଗଲା ବେଳକୁ ଲୋମ ଟାଙ୍କୁରି ଉଠୁଛି ।

ବନ୍ୟା ଅନେକ କିଛି ଉଜାଡ଼ିଦେଇଯାଇଛି । ଭାଙ୍ଗି ଯାଇଥିବା ଘରକୁ ଚାହିଁଲା ବେଳକୁ ଆଖି କୋଣ ଜକେଇ ଆସୁଛି । ଘର ଭିତର ପଙ୍କ କାଦୁଅ କାଢ଼ି ସଫା କରିବାରେ ବ୍ୟସ୍ତ ବଲାଙ୍ଗିରବାସୀ । ବାସନକୁସନ, ଖଟ, ଟେବୁଲ,ଟିଭି ସବୁ ପାଣିରେ ଭିଜି ଯାଇଛି ।

ପାଣିରେ ଓଦା ହୋଇ ନଷ୍ଟ ହେବାକୁ ବସିଥିବା ଚାଉଳ, ରାସନ ସାମଗ୍ରୀକୁ ନଶୁଖେଇଲେ ପେଟକୁ ଦାନା ଗଣ୍ଡେ ଯିବ କେମିତି । ସେପଟେ ପାଣି ଛାଡ଼ିବା ପରେ ପିଲା ତାଙ୍କ ବତୁରା ଖାତା, ବହି ସବୁ ଏକାଠି କରୁଛନ୍ତି । ବନ୍ୟାର ସେଇ ରୂପ ମନେପଡ଼ିଗଲେ ଦେହ ଶୀତେଇ ଯାଉଛି ।

ବନ୍ୟାର ସପ୍ତାହେ ପରେ ବି ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନି । ଏବେ ବି ବନ୍ୟା ବିପନ୍ନଙ୍କୁ ଦିଆହେଉଛି ରନ୍ଧାଖାଦ୍ୟ । ପଲିଥିନ୍ ଯୋଗାଇ ଦିଆଯାଇଛି ।

କ୍ଷୟକ୍ଷତିର ଆକଳନ ପାଇଁ ସର୍ଭେ ଆରମ୍ଭ ହୋଇଛି । ରାଜ୍ୟ ଏବଂ କେନ୍ଦ୍ର ମନ୍ତ୍ରୀମାନେ ସ୍ଥିତି ଦେଖିଯାଇଛନ୍ତି । ସେପଟେ ଧନ ଜୀବନ ହରାଇ ଥିବା ଏବଂ ରିଲିଫ ପାଇନଥିବା ଲୋକଙ୍କ ଆକ୍ରୋଶର ଶିକାର ହେଉଛି ପ୍ରଶାସନ ।

ଚେସ୍ ବୋର୍ଡର ସହର ବଲାଙ୍ଗିର ପୁଣି ଥରେ କିପରି ଅଣ୍ଟା ସଳଖି ଠିଆ ହେବ ସେ ନେଇ ଆରମ୍ଭ ହୋଇଛି ଉଦ୍ୟମ । କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ସରକାର ସହାୟତା ରାଶି ପ୍ରଦାନ କରିବେ ।

   Related Posts