ମୌସୁମୀ ଖେଳୁଛି ଲୁଚକାଳି : ବର୍ଷାକୁ ଚାହିଁ ଚାହିଁ ଚାଷୀ କୂଳ ହତାଶ, ଚଳିତ ବର୍ଷ ପୁଣି ମରୁଡି ହେବ ବୋଲି ଆଶଙ୍କା କଲେଣି ଚାଷୀ

Published By : Prameya-News7 Bureau | July 18, 2019 IST

ବଲଙ୍ଗିର ୧୮|୭: ମୌସୁମୀ ଛୁଇଁଲା ଏବଂ ତାପରେ ନିଖୋଜ । ବର୍ଷାକୁ ଚାହିଁ ଚାହିଁ ଚାଷୀ କୂଳ ହତାଶ । ବଲାଙ୍ଗିରରେ ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ପୁଣି ମରୁଡ଼ି ହେବ ବୋଲି ଆଶଙ୍କା କଲେଣି ଚାଷୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଆଗାମୀ ୧୫ ଦିନ ମଧ୍ୟରେ ବର୍ଷା ହେଲେ ଚାଷ କାମ ଠିକ୍ ଭାବରେ ହୋଇପାରିବ ।  

{"id":135069}

ମୌସୁମୀ ଆସିଲା, ଗାଏବ ହୋଇଗଲା । ଶୁଖିଲା ପଡ଼ିଛି ଜମି । ପୁଣି କୋଉଠି ହଳ ଲଙ୍ଗଳ ଧରି କ୍ଷେତରେ କାମ କରିବା ସହ ବର୍ଷାକୁ ଚାହିଁଛି ଚାଷୀ । ବଲାଙ୍ଗିରରେ ବିଭିନ୍ନ ସ୍ଥାନରେ ଧାନ ବୁଣା କାମ ଶେଷ । ହେଲେ ବର୍ଷାକୁ ଚାହିଁ ଚାହିଁ ଚାଷ କାମ ଆଗେଇପାରୁନି । ମୌସୁମୀ ଆସିବା ପରେ ଚାଷୀ ମୁହଁରେ ହସ ଫୁଟିଥିଲା । ଲଘୁଚାପ ପ୍ରଭାବରେ ଭଲ ବର୍ଷିଥିଲା । ହେଲେ ତା ପରେ ବର୍ଷାର ଦେଖାନାହିଁ । ଆଷାଢ଼ ତ ଶୁଖିଲା ଶୁଖିଲା ଗଲା । ଶ୍ରାବଣରେ ବି ସମାନ ଅବସ୍ଥା ।

{"id":135070}

ବଲାଙ୍ଗୀର ଜିଲ୍ଲା ବିଶେଷ ଭାବରେ ଚାଷ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆବଶ୍ୟକତା ଠାରୁ ୩୧ ପ୍ରତିଶତ କମ୍ ବର୍ଷା  ହୋଇଥିବା ରିପୋର୍ଟ ଦେଇଛି କୃଷି ବିଭାଗ ।  ଜୁନ୍ ମାସରେ ସର୍ବମୋଟ୍ ୨୦୩ ମିମି ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୨୩ ମିମି ବର୍ଷା ହୋଇଛି । ସେହି ପରି ଜୁଲାଇ ମାସରେ ୩୬୩  ମିମି ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୩୬ ମିମି ବର୍ଷା ଆକଳନ କରିଛି କୃଷି ବିଭାଗ । ବର୍ତ୍ତମାନ ଯେତିକି ପରିମାଣ ର ଚାଷ କାମ ଆଗେଇବା କଥା ତାହା ହୋଇନାହିଁ । ମୌସୁମୀ ଆସିବା ପରେ ଯେତକ ବର୍ଷା ହୋଇଥିଲା ପାଖା ପାଖି ୮୦ ହଜାର ହେକ୍ଟର ଜମିରେ ଧାନ ବୁଣା ସରିଥିବା କହିଛନ୍ତି କୃଷି ଅଧିକାରୀ।

{"id":135071}

ଗତ ବର୍ଷ ମରୁଡି ମାଡରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଏବର୍ଷ ଭଲ ବର୍ଷା ହୋଇଥିଲେ ଅଣ୍ଟା ସଳଖି ଛିଡା ହୋଇଥାଆନ୍ତା । ହେଲେ କୋପ କଲେ  ଦେବତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.