ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଭରି ମଧ୍ୟ ଚାଷୀଙ୍କୁ ମିଳୁନି ବୀମା ଟଙ୍କା, ବୀମା କମ୍ପାନୀ ବିରୋଧରେ ଅଭିଯୋଗ ଆଣିଲେ ଚାଷୀ

Published By : Prameya-News7 Bureau | July 23, 2019 IST

ବଲାଙ୍ଗୀର ୨୩|୭: ବୀମା କମ୍ପାନୀ ବିରୋଧରେ ବଲାଙ୍ଗିର ଚାଷୀଙ୍କ ଅଭିଯୋଗ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଭରି ମଧ୍ୟ କମ୍ପାନୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହତାସ ହୋଇଛି ଚାଷୀ। ଗତ ବର୍ଷ ପ୍ରିମିୟମ ଦେଇଥିଲେକିନ୍ତୁ ବୀମା ଅର୍ଥ ମିଳିନି, ଅଥଚ ଏବର୍ଷ ପ୍ରିୟିୟମ ଦାଖଲ ଲାଗି  ପ୍ରଶାସନ ସଚେତନ କରୁଥିବାରୁ ଚାଷୀ  ବିବ୍ରତ । କିନ୍ତୁ ଏବେ ଇନସ୍ୟୁରାନ୍ସ କମ୍ପାନୀ ଚାଷୀଙ୍କୁ  ବୀମା ଟଙ୍କା ଦେବା ଆରମ୍ଭ କରିଥିବା କହି ପ୍ରଶାସନ ସପକ୍ଷରେ  ସଫେଇ ଦେଇଛନ୍ତି  ଜିଲ୍ଲା ଉପ କୃଷି ନିର୍ଦେଶକ ।

{"id":136567}

ଚାଷୀ  ପ୍ରିମିୟମ ଭରିଲେ, କିନ୍ତୁ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିଲାନି ଫସଲ ଇନସ୍ୟୁରାନ୍ସ ଟଙ୍କା ।  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇ ବି ପାଇନାହାନ୍ତି ଫସଲ କ୍ଷତି ଜନୀତ ବୀମା ଅର୍ଥ। ଏପରି ଅଭିଯୋଗ କରିଛନ୍ତି ବଲାଙ୍ଗିର ଚାଷୀ । ବଲାଙ୍ଗୀର ଜିଲ୍ଲାରେ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଚାଷୀ ମରୁଡିର  ସାମ୍ନା କରୁଛି। ଚଳିତ ବର୍ଷ ବି ମରୁଡିର ପଦଧ୍ବନୀ ବେଳେ, ବଲାଙ୍ଗିର ଚାଷୀଙ୍କୁ ଘାରିଛି ଫସଲବୀମା ଟଙ୍କା ଚିନ୍ତା।କାରଣ, ୨୦୧୮ରେ ବଲାଙ୍ଗୀର ଜିଲ୍ଲାର ୧୦ ଟି ବ୍ଳକର ଚାଷୀ ମରୁଡିର ସମ୍ମୁଖୀନ ହୋଇଥିଲେ । କିନ୍ତୁ କ୍ଷତିର ଭରଣା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସେମାନେ ଦେଇଥିବା ପ୍ରିମିୟମ ଟଙ୍କା ନେଇ କମ୍ପାନୀ ଗାୟବ । ଚାଷୀଙ୍କୁ ମିଳିନି ଫସଲ କ୍ଷତିର ବୀମା ଅର୍ଥ। ଅଥଚ, ଏପଟେ ଚଳିତ ଥର ଲାଗି ଫସଲବୀମା ପ୍ର୍ରକ୍ରିୟା ଆରମ୍ଭ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି।  

{"id":136565}

୨୦୧୮ ରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜସ୍ବ ବିଭାଗ ଜିଲ୍ଲାର ୧୦ ଟି ବ୍ଳକ ଅନ୍ତର୍ଗତ ୧୧୨୫ ଟି ଗ୍ରାମକୁ ମରୁଡି ପ୍ରଭାବିତ ଘୋଷଣା କରିଥିଲେ। ସେପଟେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ମାଧ୍ୟମରେ ଜିଲ୍ଳାର ୩୮ ହଜାର ୭୯୨ ଚାଷୀ ଓ ୭୧୬ ଅଣଚାଷୀ କରିଥିଲେ ବୀମା। ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀ-ଅଣଚାଷୀଙ୍କ ଠାରୁ  ପ୍ରିମିୟମ ଆକାରରେ  ୫ କୋଟି ୬୭ ଲକ୍ଷ ୫ ହଜାର ୭ ଶହ ୮୭ ଟଙ୍କା ନିଆଯାଇଥିଲା। କିନ୍ତୁ ସେମାନେ ବୀମା ଅର୍ଥ ପାିନଥିବା କହୁଛନ୍ତି । ତେବ । ୮ ଟି ବ୍ଲକ ରେ ୧୦ ହଜାର୫୮୦ ଜଣ ଚାଷିଙ୍କ  ଫସଲବୀମା ବାବଦକୁ ୧୯ କୋଟି ୯୮ ଲକ୍ଷ ୧୨ ହଜାର  ୬୩ ଟଙ୍କା ସମବାୟ ବ୍ୟାଙ୍କ କୁ ଦେଇଛି କମ୍ପାନୀ। ଚାଷୀ ଗତ ବର୍ଷର ପ୍ରାପ୍ୟ ପାଇ ନଥିବାରୁ ଏଥର ପ୍ରିମିୟମ ନେଇ ଚିନ୍ତାରେ ଥିବା ବେଳେ, ଉପରିସ୍ଥ କର୍ତ୍ତୁପକ୍ଷଙ୍କୁ ଲେଖିଛନ୍ତି ସମବାୟ ବ୍ୟାଙ୍କ୍‌ ଅଧ୍ୟକ୍ଷ ।  ଅଥଚ, ଜିଲ୍ଲାଉପ କୃଷି ନିର୍ଦ୍ଦେଶକ କହିଛନ୍ତି ଗତବର୍ଷର ବୀମା ଟଙ୍କା ଦେବା ଆରମ୍ଭ ହୋଇଛି।  

{"id":136566}

କ୍ଷତି ଭରଣା ପାଇଁ ବୀମା ହେଉଛି ଚାଷୀଙ୍କ ଏକ ବଡ ବଳ ତଥା ଭରସା । ଅଥଚ, ସେଥିରେ ଅନିୟମିତତା  ଚାଷୀଙ୍କ ଲାଗି ଚିନ୍ତା ନିଶ୍ଚୟ । ତେଣୁ ଚାଷୀଙ୍କ ସୁରକ୍ଷା ନେଇ ଲମ୍ବା ପ୍ରତିଶ୍ରୁତି ରଖୁଥିବା ସରକାର ଏଥିପ୍ରତି ନଜର ଦେବା ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.