Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆନ୍ଦୋଳନ ମୁହାଁ ବଲାଙ୍ଗୀର ଚାଷୀ;ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

25/06/2018 at 1:46 PM

ପ୍ରତି ବର୍ଷ ବର୍ଷା ଆଗରୁ ଚିନ୍ତାରେ ପଡିଥାଏ ଚାଷି। କେତେ ବେଳେ ବର୍ଷା ଆସିବା ନେଇ ତ ଆଉ କେତେ ବେଳେ ସରକାରୀ ସହାୟତା ଆଶା ନେଇ । ଆଉ ପ୍ରତି ବର୍ଷ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ଥାଏ ଚାଷୀ। ତେବେ ଗତ ବର୍ଷ ମରୁଡି ର ଶିକାର ହୋଇଥିବା ଚାଷୀ କୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ଚାଷୀ ଦାବି କରିଆସୁଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ଦାବି କୁ ନେଇ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ହନ୍ତସନ୍ତ ହୋଇଛି ଚାଷୀ। ବୋଝ ଉପରେ ନଲିତା ବିଡା ପଡିବା ଭଳି କରିସ୍ତିତିରେ ଚଳିତ ବର୍ଷ ଧାନ ବିହନ ମଧ୍ୟ ଚାଷୀଙ୍କୁ ଠିକ ଭାବରେ ଦିଆଯାଉ ନାହିଁ ସରକାରଙ୍କ ପକ୍ଷରୁ ଯାହାକୁ ନେଇ ଏବେ ଦେଖାଦେଇଛି ଚାଷୀ ମହଲରେ ଅସଂନ୍ତୋଷ। ଆଜି ଏନେଇ ବଲାଙ୍ଗୀର ଜିଳ୍ଲା କୃଷକ ମହାସଂଘ ପକ୍ଷରୁ ଶତାଧିକ ଚାଷୀ କରିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ଠକି ଭାବରେ ଧାନ ବିହନ ବଣ୍ଟନ, ଧାନ ସହାୟକ ମୂଲ୍ୟ ୩ ହଜାଟ ଙ୍କା ବୃଦ୍ଧି, ମରୁଡିରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ସହାୟତା ପ୍ରଦାନ ଭଳି ପ୍ରମୁଖ ଦାବି ଗୁଡିକୁ ନେଇ ଆନ୍ଦୋଳନ କରିବା ସହ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ। ଏନେଇ ଜିଲ୍ଳାପଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଇଛନ୍ତି ଏକ ଦାବି ପତ୍ର। ତେବେ ଆଗାମି ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାବି ପୁରଣ ନ କଲେ ହଜାର ସଂଖ୍ୟକ ଚାଷୀ ରାଜରାସ୍ତାରେ ଓହ୍ଲାଇବେ ବୋଲି ଚେତାବନି ଦେଇଛି କୃଷକ ସଂଘ। ତେବେ କିଭଳି ପରିସ୍ତିତି ରହିଛି ଚାଷୀଙ୍କ , କଣ ସେମାନଙ୍କ ମତ ରହିଛି ସେନେଇ ଚାଷୀଙ୍କ ଚାଷୀ ନେତାଙ୍କ ସହ କଥା ହୋଇଛନ୍ତି ଆମ ବଲାଙ୍ଗୀର ପ୍ରତିନିଧି ।

   Related Posts