ମୌସୁମୀର ଲୁଚକାଳି ଖେଳ ବଢ଼ାଉଛି ଚାଷୀଙ୍କ ଚିନ୍ତା ; ଚାତକ ପକ୍ଷୀ ଭଳି ବର୍ଷାକୁ ଅନେଇଛି ଚାଷୀ

Published By : Prameya-News7 Bureau | June 22, 2018 IST

ବଲାଙ୍ଗୀର ଜିଲ୍ଲାରେ ମରୁଡି ର ଶିକାର ହୋଇଥିବା ଚାଷି ଏବେ ପାଲଟି ଯାଇଛି ଚାତକ । ଚାଷୀ ଗତ ବର୍ଷ କ୍ଷୟକ୍ଷତି ସହିବା ପରେ ଚଳିତ ବର୍ଷ ଆଗୁଆ ମୌସୁମି ଆସିବା ସହ ଭଲ ବର୍ଷା ପ୍ରଥମରୁ ହେବା ଦେଖି ହୋଇଥିଲା ଖୁସି। ହେଲେ ଗତ କିଛି ଦିନ ହେଲା ହଜିଯାଇଛି ବର୍ଷା। ଗତ କାଲି କିଛି ବର୍ଷା ହୋଇଥିବା ବେଳେ ଚାଷ କାମ ଆରମ୍ଭ କରିଛି ଚାଷୀ । ତେବେ ଆଗକୁ ବର୍ଷା ହେବା ଆଶାରେ କରୁଛି ଚାଷ କାମ। ଅନ୍ୟ ପଟେ ସରକାର ଧାନ ବିହନ ଭଲ ଭାବରେ ଯୋଗାଇ ଦେଉନଥିବା ଅଭିଯୋଗ କରିଛି ଚାଷୀ। ଯାହାକୁ ନେଇ କୃଷକ ମହାସଂଘ ଆଗାମି ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଆନ୍ଦୋଳନ କରିବ ବୋଲି ଦେଇଛି ଚେତାବନି। ଏବେ ର୍ଷା ଓ ବିହନ ଦୁହି ଙ୍କୁ ଚାତକ ପରି ଅନେଇ ବସିଛି ଚାଷୀ । ବଲାଙ୍ଗୀର ଜିଲ୍ଲାରେ ୩ ଲକ୍ଷ ୪୫ ଲକ୍ଷ ୪୭୫ ହେକଟର ଜମି ରହିଛି ଚାଷ ଜମି। ଯଉଥିରେ ଚାଷୀ କରିଥାଏ ବିଭିନ୍ନ ଶଷ୍ୟ ଚାଷ । ସେଥି ମଧ୍ୟରୁ ୧ ଲକ୍ଷ ୯୦ ହଜାର ହେକଟର ଜମି ରେ କରାଯାଉଛି ଧାନ ଚାଷ। ତେବେ ଚଳିତ ବର୍ଷ ଆଗୁଆ ମୌସୁମି ଆସିଥିବାରୁ ଓ ପ୍ରଥମରୁ ଭଲ ବର୍ଷା ଟିକିଏ ହୋଇଥିବାରୁ ଚାଷୀ ଅଣ୍ଟା ଭିଡିଥିଲା ଚାଷ ପାଇଁ। ହେଲେ ଗତ କିଛି ଦିନ ହେଲା ବର୍ଷା ଅଭାବରୁ ଭାଙ୍ଗି ପଡିଥିଲା ଚାଷୀ। ଚଳିତ ବର୍ଷ ଜୁନ ମାସ ୩୦ ତାରିଖ ସୁଦ୍ଧା ୨୦୨.୮ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫୩ . ୩ ମିଲିମିଟର ବର୍ଷା ହୋଇଛି । ଗତ ବର୍ଷ ତୁଳନାରେ ଢେର କମ ବର୍ଷା ହୋଇଥିବା ଜଣାପଡିଛି। ଗୋଟିଏ ପଟେ ବର୍ଷା କମ ହେବାରୁ ଚିନ୍ତାରେ ଥିବା ଚାଷୀ କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଧାନ ବିହନ ବଣ୍ଟନ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସରକାରୀ ରେକର୍ଡ ହିସାବରେ ଚଳିତ ବର୍ଷ ବିହନ ଯୋଗାଣ ଲକ୍ଷ ୨୫ ହଜାର ୧୧୩ କୁଇଣ୍ଟାଲ ଧାନ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ହଜାର ୫୦୦ କୁଇଣ୍ଟାଲ ଧାନ ବଣ୍ଟନ କରାଯାଇଥିବା ସରକାରୀ ଦସ୍ତାବେଜ କହୁଛି। ହେଲେ ବାସ୍ତବରେ ବିହନ ନ ପାଇବାରୁ ଦେଖାଦେଇଛି ଚାଷୀ ମହଲରେ ଅସଂନ୍ତୋଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.