Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପରଲୋକରେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର, ଶୋକବ୍ୟକ୍ତ କଲେ ବିଶିଷ୍ଟ ନେତୃବୃନ୍ଦ

23/07/2021 at 8:31 AM

ବଲାଙ୍ଗିର ୨୩/୦୭: ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା । ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇଥିଲେ । ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ସ୍ୱର୍ଗତ ମିଶ୍ର ବଲାଙ୍ଗିର ରାକ୍ସିମୁଣ୍ଡା ଗ୍ରାମରେ ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ କଂଗ୍ରେସ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଦିବାସୀ, ହରିଜନଙ୍କ ହକ୍‌ ପାଇଁ ଲଢ଼େଇ କରିବା ସହ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଏଥିସହିତ କୃଷି ଶ୍ରମିକଙ୍କ ଅଧିକାର ପାଇଁ ବହୁବାର ଆନ୍ଦୋଳନ କରିଥିଲେ । ୧୯୫୪ ମସିହାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି, ୧୯୫୬ ମସିହାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ୧୯୮୪ ରୁ ୮୮ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ।

ସେହିପରି ବଲାଙ୍ଗିରରୁ ଦୁଇଥର (୧୯୮୦-୮୪ ଏବଂ ୧୯୮୫-୮୯)ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘବର୍ଷ ଧରି ଏଆଇସିସି ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ, ରାଜ୍ୟ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଟି, ରାଜ୍ୟ ହସ୍ତତନ୍ତ ବୋର୍ଡ଼ ସଦସ୍ୟ ଥିଲେ । ରାଜନୈତିକ କ୍ୟାରିଅର ବ୍ୟତୀତ ସେ ଜଣେ ଦକ୍ଷ କ୍ରୀଡାବିତ ଥିଲେ । ଫୁଟବଳ ଖେଳାଳୀ ହୋଇଥିବାରୁ କଲେଜ ଟିମର କ୍ୟାପଟେନ ମଧ୍ୟ ଥିଲେ ।

ସାଂସଦ ଭାବର ତାଙ୍କ କାର୍ଯ୍ୟକାଳରେ ବଲାଙ୍ଗିର ବଡ଼ମାଳଠାରେ ଗୋଳାବାରୁଦ କାରଖାନା, ମୁଖ୍ୟ ଡ଼ାକଘର କୋଠା, ରାଜେନ୍ଦ୍ର କଲେଜରେ ବିଭିନ୍ନ ପିଜି ଏବଂ ବାଣିଜ୍ୟ ବିଭାଗ କୋଠା ଖୋଲିଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରେ ଆଇସିଡ଼ିଏସ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଆଜି ସନ୍ଧ୍ୟାରେ ତାଙ୍କ ପରଲୋକ ଖବର ପ୍ରଚାର ହେବାପରେ କଂଗ୍ରେସ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ତାଙ୍କ ପରଲୋକ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଛନ୍ତି । ସେହିଭଳି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା, ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା ପ୍ରମୁଖ ଶେକ ବ୍ୟକ୍ତକରି ଏହା ଦଳର ଅପୂରଣିୟ କ୍ଷତି ବୋଲି ଚହିଛନ୍ତି ।

   Related Posts