ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ, ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | September 28, 2021 IST

ବଲାଙ୍ଗିର ୨୮।୯: ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହିମାଂଶୁଙ୍କୁ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ୍ ମେସିନ୍ ପାଇଁ ଲୋଇସିଙ୍ଘା ବ୍ଲକ୍ ପଣକିଡାଲର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ବଲାଙ୍ଗୀର ଭିଜିଲାନ୍ସ । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.