ଦିନରେ ଢିଲା ରାତିରେ କଡା, ବଲାଙ୍ଗୀରରେ କରୋନାକୁ ନେଇ ପ୍ରଶାସନର ଅଜବ ନୀତି
7/04/2021 at 2:20 PM

ବଲାଙ୍ଗୀର ୭|୪: ଜିଲ୍ଲାରେ କରୋନା ପାରା ଉପରମୁହାଁ ଥିବାବେଳେ ଲୋକଙ୍କ ମଧ୍ୟରେ ଭୟ ନଥିବା ଦେଖିବାକୁ ମିଳିଛି । ସଂକ୍ରମଣରେ ପୁଣିଥରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର କର୍ଫ୍ୟୁ ଲଗାଇଛନ୍ତି । ରାତି ୧୦ ରୁ ସକାଳ ୫ ଟା ଯାଏଁ କରାଯାଉଛି କର୍ଫ୍ୟୁ ।
ଯାହାକୁ ନେଇ ପୋଲିସ ପ୍ରଶାସନ ତତ୍ପରତା ଦେଖାଇ କରୁଛନ୍ତି ଚେକିଙ୍ଗ । ହେଲେ ଦିନରେ ସେସବୁରେ ଭିନ୍ନ ହେଉଥିବା ନଜର ଆସୁଛି । ହଜାର ହଜାର ଲୋକ ଯାତାୟତ ସହ ଦୋକାନ ବଜାରରେ ନାହିଁ ନଥିବା ଭିଡ ରହୁଛି । ସତେ ଯେପରେ ଆଉ କରୋନା କୁ ନେଇ କାହାର ନାହିଁ କାହାର ଭୟ । ରାତିରେ ଉଭୟ ଜିଲ୍ଲାପାଳ ଓ ଏସପି ପ୍ରତିଦିନ କର୍ଫ୍ୟୁର ସ୍ଥିତିକୁ ନେଇ ସମୀକ୍ଷା କରୁଛନ୍ତି । ହେଲେ ଦିନବେଳା କାଭାଁ କିଛି ଚେକିଙ୍କ କରିବା ପରେ ଚୂପ ରହିଯାଉଛି ପ୍ରଶାସନ ଓ ପୋଲିସ । ଖାଲି ସେତିକି ନୂହେଁ ଲୋକଙ୍କ ମଧ୍ୟ ନାହିଁ ଏଥିପ୍ରତି ଖାତିର ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021