ବଲାଙ୍ଗୀରରେ ଚିନ୍ତା ବଢାଉଛି କରୋନା : ପୋଲିସର କଡ୍ଡା ଚେକିଂ, ଫୋକସରେ ଔଷଧ କଳାବଜାରୀ

Published By : Prameya-News7 Bureau | April 26, 2021 IST

ବଲାଙ୍ଗୀର ୨୬/୪: ବଲାଙ୍ଗୀରରେ କରୋନା ମିଟର କେବେ ତଳକୁ ତ ଆଉ କେବେ ଉପରକୁ ରହୁଛି । ଆଜି ବଲାଙ୍ଗୀର ଜିଲ୍ଲାରୁ ୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ସହରର ୨୧ ଟି ଓ୍ୱାର୍ଡରେ ଡୋରଟୁ ଡୋର ଚେକିଂ ଚାଲିଛି । ଅଙ୍ଗନଓ୍ୱାଡି, ଆଶା କର୍ମୀ ଓ ପୌରପରିଷଦର ଫିଲ୍ଡ ଅଫିସରଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ଲୋକଙ୍କ ଘରକୁ ଯାଇ ଲକ୍ଷଣ ବିଷୟରେ ଥିବା ପଚରାଯାଉଛି । କୌଣସି ଲକ୍ଷଣ ଦେଖାଦେଲେ ପରିବାର ଲୋକଙ୍କୁ ଟୋକନ ଦିଆଯାଉଛି । ସେହି ଟୋକନ ନେଇ ଟେଷ୍ଟିଂ ସେଣ୍ଟରରେ ଟେଷ୍ଟ କରାଉଛନ୍ତି ଲୋକେ ।

ସେହିପରି ସଂଧ୍ୟା ୬ ଟା ପରେ ନାଇଟ କର୍ଫ୍ୟୁ ଲାଗୁଥିବା ବେଳେ ଅମାନିଆଙ୍କ ଉପରେ କଡା ନଜର ରଖିଛି ପୋଲିସ । ସପ୍ତାହାନ୍ତ ସଟଡାଉନରେ ବାହାରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ସହ ମୋଟା ଫାଇନ ଆଦାୟ କରୁଛି ପୋଲିସ । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଣ୍ଟର ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ଆଗରେ ରଖି ଆହୁରି ବେଡ ବଢାଇବାର ହୋଇଛି  ଯୋଜନା । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପ୍ପିଟାଲ ସହ ଦୁଇଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ଅଛି । ସେପଟେ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଔଷଧ କଳାବଜାରୀ । ମେଡିସିନର ଦରଦାମ ଓ ମାନ ଖରାପ ଥିବା ନେଇ ଯାଞ୍ଚ କରାଯାଉଛି । ଯାହାର କିଛି ଅଭିଯୋଗ ଆସିଲେ ତା ଉପରେ ଫାଇନ ସହ କାର୍ଯ୍ୟାନୂଷ୍ଠାନ ନିଆଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.