Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଲୋକର୍ପିତ ହେଲା ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟ

27/12/2019 at 8:10 PM

ବଲାଙ୍ଗୀର ୨୭।୧୨: ବଲାଙ୍ଗୀରରେ ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟ ଶୁକ୍ରବାର ଲୋକାର୍ପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିଛନ୍ତି । ତେବେ ଖରାପ ପାଗ ଯେ।ଗୁଁ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇ ପାରିନାହାନ୍ତି । ସେ ରାୟପୁର ବିମାନ ବନ୍ଦରରୁ ଭିଡିଓ କନଫେରନସିଂ ମାଧ୍ୟମରେ ଉଦବେ।ଧନ ଦେଇଛନ୍ତି।

ବଲାଙ୍ଗୀର ବରକାନୀରେ ଏଲପିଜି ବଟଲିଂ ପ୍ଲାଣ୍ଟର ଶୁଭାରମ୍ଭ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ବଟଲିଂ ପ୍ଲାଣ୍ଟକୁ ଲେ।କାର୍ପଣ କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସ୍ଥାନରେ ରାଜ୍ୟପାଳ ବଟଲିଂ ପ୍ଲାଣ୍ଟର ଉଦ୍ ଘାଟନ କରିଥିଲେ । ପାଗ ଖରାପ ଯେ।ଗୁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେ।ଇଥିଲା । କିନ୍ତୁ ରାୟପୁର ବିମାନ ବନ୍ଦରରୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଉଦବେ।ଧନ ଦେଇଥିଲେ ଭେଙ୍କେୟା ନାଇଡୁ। କହିଥିଲେ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି ।’ ଦେଶର ବିକାଶରେ ନାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଭାରତୀୟ ସଂସ୍କୃତିରେ ନାରୀକୁ ପୂଜା କରିବାର ପରମ୍ପରା ରହିଛି ବେ।ଲି କହିଥିଲେ । ସେହିଭଳି ଉଜ୍ୱଳା ଯୋଜନା ମହିଳାଙ୍କୁ ଶକ୍ତି ଓ ସ୍ୱାଭିମାନ ଦେଇଥିବା କହିଥିଲେ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁ ।

୧୦୩ କେ।ଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୨୦୧୮ରେ ବରକାନି ଠାରେ ଏହାର ଭିତ୍ତିପ୍ରସ୍ଥର ପଡିଥିଲା । ପ୍ରକଳ୍ପ ଅବଧି ୨୪ ମାସ ଥିଲେ ବି ମାତ୍ର ୧୯ ମାସ ଭିତରେ ପ୍ଲାଣ୍ଟର ଉଦ୍ ଘାଟନ ହେ।ଇଛି । ପ୍ଲାଣ୍ଟର ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି । ଏହି ପ୍ଲାଣ୍ଟ ଦ୍ଵାରା ଉପକୃତ ହେବେ ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ।

ବହୁ ପ୍ରତିକ୍ଷିତ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ ପରେ ରାଜ୍ୟପାଳ ବଲାଙ୍ଗୀର ରାଜେନ୍ଦ୍ର କଲେଜର ପ୍ଳାଟିନମ ଜୁବିଲିରେ ସାମିଲ ହେବା ସହ ଶିକ୍ଷା କ୍ଷେତ୍ରରେ କଲେଜର ଅବଦାନ ଅତୁଳନୀୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟ ଉଚ୍ଚ ଶିକ୍ଷା, କୃଷି, ମତ୍ସ୍ୟସଂପଦ ଓ ପଶୁପାଳନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts