Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍

2/03/2021 at 12:41 PM

ବଲାଙ୍ଗୀର,୦୨/୦୩: କରୋନା ଭୂତାଣୁର ୟୁଟର୍ଣ୍ଣକୁ ନେଇ ସଜାଗ ରାଜ୍ୟ ସରକାର। ଦେଶର ୫ ଟି ରାଜ୍ୟରେ କରୋନା ପୁଣିଥରେ ସକ୍ରିୟ ହୋଇଥିବା ବେଳେ ଏହାକୁ ନେଇ ଓଡିଶାରେ ସଚେତନତା ସହ ଯାଞ୍ଚ୍ ପ୍ରକ୍ରିଆକୁ ଜୋରଦାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହାକୁ ନେଇ ହାଇ ଆଲର୍ଟ ଥିବା ବେଳେ ଆରମ୍ଭ କରିଛି ସଚେତନତା । ରେଳ ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ୫ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ କରାଯାଉଛି ଥର୍ମାଲ ଟେଷ୍ଟ। ସଂକ୍ରମିତ ଥିଲେ; କିମ୍ବା ସନ୍ଦେହ ହେଲେ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି ।

କରୋନାର ୟୁଟର୍ଣ୍ଣକୁ ନେଇ ସଜାଗ ବଲାଙ୍ଗୀର ପ୍ରଶାସନ। ହାଇଆଲର୍ଟରେ ଏବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ। ଦେଖନ୍ତୁ ଏ ଦୃଶ୍ୟ ଗୁଡିକୁ। ଏହେଉଛି ବଲାଙ୍ଗୀର ଜିଲ୍ଲା ରେଳଷ୍ଟେସନର ଦୃଶ୍ୟ। ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ବସିଛନ୍ତି ଡାକ୍ତର ଓ କରୋନା ଚିହ୍ନଟ ଟିମ୍ । ରାଜ୍ୟବାହାରୁ ଯେଉଁ ସବୁ ଟ୍ରେନ ଗୁଡିକ ଆସୁଛି ସେଥିରେ ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ ଗେଟ୍ ବାହାରକୁ ଯିବା ପୂର୍ବରୁ ସେମାନେ ଆସୁଥିବା ସ୍ଥାନର ନାମ ପଚାରା ଯାଉଛି । ଏହାପରେ ହିଁ ସେମାନଙ୍କୁ ଛଡାଯାଉଛି। ରାଜ୍ୟସରକାରଙ୍କ ନିର୍ଦେଶ ଅନୁଯାୟୀ ଦେଶର ୫ ଟି ରାଜ୍ୟ, ପଞ୍ଜାବ, ମଧ୍ୟ ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର  ଓ କେରଳରୁ ଯେଉଁ  ଯାତ୍ରୀ ମାନେ ଆସୁଛନ୍ତି ସେମାନଙ୍କୁ ଷ୍ଟେସନରେ ଯାଞ୍ଜ୍ କରାଯିବା ସହ ଛଡା ଯାଉଛି।

ସେପଟେ ବଲାଙ୍ଗୀର ଷ୍ଟେସନ ସହ କଣ୍ଟାବାଞ୍ଜି, ସଇଁନ୍ତଳା, ଟିଟିଲାଗଡ, ଦେଓଗାଁ ,ଲୋଇସିଂହା, ଲାଠୋର ଷ୍ଟେସନ ଗୁଡିକରେ ମଧ୍ୟ କରାଯାଇଛି କରୋନା ଟେଷ୍ଟିଙ୍ଗ ବ୍ୟବସ୍ଥା। ପ୍ରଥମେ ଥର୍ମାଲ ଷ୍ଟେଟ କରାଯାଉଛି । ସଂକ୍ରମଣ ଥିଲେ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଯଦି କିଛି ଲକ୍ଷଣ ଅଛି ତେବେ ତାଙ୍କୁ ସଂଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଉଛି। ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ  ଦିଆଯାଉଛି ନିର୍ଦେଶ। ଅନ୍ୟପଟେ ଯେଉଁ ଯାତ୍ରୀ ମାନେ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ଆଣିକି ଆସୁଛନ୍ତି ଏହି ୫ ଟି ରାଜ୍ୟରୁ ସେମାନଙ୍କୁ ଟେଷ୍ଟର ଆବଶ୍ୟକତା ନଥିବା କହିଛନ୍ତି ଅଧିକାରୀ କହିଛନ୍ତି। ବଲାଙ୍ଗୀର ସହର ସମେତ ସମଗ୍ର ଜିଲ୍ଲାରେ ଏବେ ଲୋକଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ତା ସହ ଉପଜିଲ୍ଲାପାଳ, ତହସିଲଦାର, ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ସହ ସ୍ଥାନୀୟ ଆଇଆଇସିଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ସହରରେ ଦୋକାନ ବଜାର ଗୁଡିକ ଉପରେ ନଜର ରଖାଯାଇ ଯାଞ୍ଜ୍ କରାଯାଉଛି। ଯେଉଁଠି ଲୋକଙ୍କ ଗହଳି ରୖହିଛି ମାସ୍କ ପରିଧାନ କରିନାହାନ୍ତି ସେଠାରେ ଦୋକାନୀଙ୍କୁ ଫାଇନ କଟାଯିବା ସହ ଆବଶ୍ୟକ ପଡିଲେ ସିଲ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

   Related Posts