Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟେକଅଫ୍ ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, କରାଗଲା ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ୍: ଅଳ୍ପକେ ବର୍ତ୍ତୀଲେ ୨୪୧ ଯାତ୍ରୀ

21/02/2021 at 4:29 PM

ନ୍ୟୁୟର୍କ ୨୧/୦୨ : ଆମେରିକା କଲରାଡୋରେ ଭୟଙ୍କର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତୀ ଯାଇଛି। ଏକ କାମର୍ସିୟାଲ ବିମାନର ଇଞ୍ଜିନରେ ନିଆଁ ଲାଗିବାରୁ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି। ରନୱେରୁ ଉଡାଣ ଆରମ୍ଭ କରିବା ପରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଇଞ୍ଜିନ ନିଆଁ ଲାଗିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଙ୍ଗ କରିଥିଲେ। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣ ଉପସ୍ଥିତ ଥିଲେ। 

ରବିବାର ଦିନ ବୋଇଙ୍ଗ ୭୭୭ ବିମାନ ଉଡାଣ ଆରମ୍ଭ ହେଉ ହେଉ ଏକ ବଡ ଧରଣର ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତୀ ଯାଇଛି। ଘଟଣା ସମ୍ପର୍କରେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟେକଅଫ ତୁରନ୍ତ ପରେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଲ୍ୟାଣ୍ଡିଙ୍ଗ ପରେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବ ପରେ ବିମାନର ବଡ ବଡ ଖଣ୍ଡ ତଳେ ଜନବସତି ଅଞ୍ଚଳରେ ପଡିଥିଲା।

ବିମାନ ଡେନଭର ଇନ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଟେକ୍ ଅଫ୍ କରିଥିଲା। କିଛି ସମୟ ପରେ ଇଞ୍ଜିନରେ ବିସ୍ଫୋରଣ ହୋଇଥିଲା। ଏହାପରେ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଥିଲା। ବିମାନକୁ ପୁଣି ଡେନଭରରେ ଲ୍ୟାଣ୍ଡ କରାଯାଇଥିଲା। ଘଟଣା ଶନିବାର ଅପରାହ୍ନରେ ଘଟିଥିଲା। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଇଞ୍ଜିନର ବିଫଳତାର କାରଣ ପତା କରିବାକୁ ଯାଞ୍ଚ ଆରମ୍ଭ କରିଛି।

ବିମାନ ଇଞ୍ଜିନରେ ନିଆଁ ଲାଗିବାରୁ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ଜଣେ ଯାତ୍ରୀ ନିଜ ମୋବାଇଲରୁ ଏହାର ଭିଡିଓ ରେକଡିଂ କରିଥିଲେ। ଭିଡିଓକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ବହୁତ ଭାଇରାଲ ହେଉଛି। ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

   Related Posts