Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାଓ୍ୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ : ୬ ମୃତ,୧୭ ଗୁରୁତର

1/07/2020 at 12:45 PM

ଚେନ୍ନାଇ ୦୧।୦୭:  ପାଓ୍ୱାର ପ୍ଲାଣ୍ଟରେ ଜୋରଦାର ବିସ୍ଫୋରଣ । ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅବସ୍ଥିତ Neyveli Lignite power plantରେ ବିସ୍ଫୋରଣ ଘଟିଛି । ପାଓ୍ୱାର ପ୍ଲାଣ୍ଟର ବଏଲର ଷ୍ଟେଜ୍‌-୨ରେ ଅଘଟଣ ଘଟିଯାଇଛି । ତେବେ ଘଟିଥିବା ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ  ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁର ରାଜଧୀନ ଚେନ୍ନାଇ ଠାରୁ ୧୮୦ କିମି ଦୂରରେ ଥିବା କୁଡ୍ଡାଲୋର ଜିଲ୍ଲା ଅବସ୍ଥିତ Neyveli Lignite power plantରେ ବିସ୍ଫୋରଣ ଘଟିଛି । ଏହି ପ୍ଲାଣ୍ଟରେ ୧,୪୭୦ ମେଗାଓ୍ୱାଟ ବିଜୁଳ ଉତ୍ପାଦନ ହୋଇଥାଏ । କିନ୍ତୁ ଆଜି ସକାଳ ସମୟରେ ପ୍ଲାଣ୍ଟରେ ଅଚାନକ ଗୋଟିଏ ବଏଲର ଫାଟି ଯାଇଥିଲା । ଯାହାଦ୍ୱାରା କି ପ୍ଲାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଲାଗିଯାଇଥିଲା । ତେବେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଆହୁରି ପଢନ୍ତୁ : ମେଡିକାଲ କ୍ଲିନିକ୍‌ରେ ବିସ୍ଫୋରଣ, ୧୯ ମୃତ

   Related Posts