Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ଦରକାର ପଡିବନି କାର୍ଡ କି ପିନକୋଡ, ଏଣିକି ଖାଲି କ୍ୟୁଆର କୋଡ ସ୍କାନ କରି ଏଟିଏମରୁ ଉଠାଇବେ କ୍ୟାସ୍

7/09/2019 at 11:38 AM

ନୂଆଦିଲ୍ଲୀ୭/୯:   ବିନା କାର୍ଡରେ ଟଙ୍କା ଉଠାଣ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବାକୁ ଦେଶର ପ୍ରମୁଖ ବ୍ୟାଙ୍କ ଭାବେ ପରିଗଣିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରମ୍ଭ କରିଛି ନୂଆ ସୁବିଧା । ଏହି ସୁବିଧା ଜରିଆରେ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକମାନେ ଏଣିକି କେବଳ କ୍ୟୁଆର୍ କୋଡକୁ ସ୍କାନ କରି ଏଟିଏମରୁ ଟଙ୍କା ଉଠାଇପାରିବେ ଆଉ ଏଥିପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ତାର ଏଟିଏମରେ Unified Payments Interface ତଥା ୟୁପିଆଇ ଜରିଆରେ କ୍ୟୁଆର କୋଡର ନୂଆ ଫିଚର ଯୋଡିଛି ।

ତେବେ ଏହି ସୁବିଧା ଜରିଆରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ କାର୍ଡ କିମ୍ବା ପିନର ଆଉ ଆବଶ୍ୟକତା ପଡିବ ନାହିଁ ।  କେବଳ କ୍ୟୁଆର କୋଡ ସ୍କାନ କରି ଗ୍ରାହକ ଟଙ୍କା ଉଠାଇପାରିବେ । ତେବେ ବ୍ୟାଙ୍କ ପକ୍ଷରୁ ଏହି ସୁବିଧା ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ ଏବଂ ଚେନ୍ନାଇରେ ଆରମ୍ଭ କରାଯାଇଛି ଏବଂ ଆଗମୀ ୬ ମାସ ମଧ୍ୟରେ ଏହାକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା କରିଛି ବ୍ୟାଙ୍କ ।

   Related Posts