'ମୋରି ପୁଅ ମୋ ବୋହୂକୁ ମାରିଦେଇଛି', ମା' ଖୋଲିଦେଲେ ପୁଅ ଚରିତ୍ରର ମୁଖା, କହିଲେ- ମୋ ପୁଅର ଅନ୍ୟ ଝିଅ ସହ ସମ୍ପର୍କ ଥିଲା

Published By : Prameya-News7 Bureau | July 09, 2021 IST

ପଟ୍ଟାମୁଣ୍ଡାଇ, ୦୯/୦୭: ଅନେକ ସମୟରେ ନିଜ ପୁଅ ସହ ମିଶି ଶାଶୂ ବୋହୂକୁ ଆକ୍ରମଣ କରୁଥିବା ଖବର ଆସେ । ଏପରିକି ଶାଶୂଘରେ ସମସ୍ତେ ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୁଏ । କିନ୍ତୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳା ନିଜ ପୁଅ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପୁଅ ତାଙ୍କ ବୋହୂକୁ ମାରିଥିବା ସେ କହିଛନ୍ତି । ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

wp:html /wp:html

ସୂଚନାନୁସାରେ, ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବଲଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁର । ଏଠାରେ ରହୁଥିବା ନିମାଇଁ ବାଇଙ୍କ ପୁଅ ଦେବାଶିଷ ବାଇ  ଦୁଇ ବର୍ଷ ତଳେ ସେହି ଗାଁର ସାବିତ୍ରୀ ତରାଇଙ୍କ  ଝିଅ ଦୀପିକା  ତରାଇକୁ ପ୍ରେମ ବିବାହ କରିଥିଲେ । ତେବେ ବିବାହ ପରେ ଦେବାଶିଷଙ୍କ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଗଢି ଉଠିଥିଲା । ତେବେ ଦୀପିକା ଏହାକୁ ବିରୋଧ କରିବାରୁ ବିଭିନ୍ନ ସମୟରେ ଦେବାଶିଷ ଦୀପିକାଙ୍କୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲେ ।  କିନ୍ତୁ ଏହାକୁ ବିରୋଧ କରୁଥିଲେ ଦେବାଶିଷଙ୍କ ମା ଶ୍ରୀମତୀ ବାଇ । ଘଟଣା ଦିନକୁ ଦିନ ଅସମ୍ଭାଳ ହେବାରୁ ଅନେକ ସମୟରେ ପଞ୍ଚାୟତ ବସିଥିଲା ହେଲେ  କିଛି ନିର୍ଯ୍ୟାସ ବାହାରି ପାରି ନଥିଲା । ପାରିବାରିକ ସମସ୍ୟା ଦିନକୁ ଦିନ ବଢିବାରୁ ଦେବାଶିଷ ନିଜ ମାଆକୁ ଘରୁ ବାହାର କରିଦେଇଥିଲେ ।

{"id":477959,"sizeSlug":"large","linkDestination":"none"}

ତେବେ ଗୁରୁବାର ପରକୀୟା ପ୍ରୀତିକୁ କେନ୍ଦ୍ର କରି ବାଦ ବିବାଦ ଲାଗିଥିଲା । ଏହାପରେ ଦୀପିକାଙ୍କ ମୃତଦେହ ମିଳିଥିଲା ।  ଦୀପିକାଙ୍କୁ ଦେବାଶିଷ ଓ ତାଙ୍କ ବାପା ନିମାଇଁ ଓ ପଡୋଶୀ ମିଶି ହତ୍ୟା କରିଛନ୍ତି ବୋଲି ଶ୍ରୀମତୀ ବାଇ ଓ ସାବିତ୍ରୀ  ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ପୋଲିସ ନିମାଇଁ ଓ ଦେବାଶିଷଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.