Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ପୁଣି ନିଆଁରେ ଜଳିଗଲେ ଆଉ ଜଣେ ବୋହୂ: ସୁନା ଗହଣା ପିନ୍ଧି ବାପଘର ଯିବାକୁ ବାହାରିଥିଲେ ରଶ୍ମିତା

3/02/2020 at 8:43 PM

କେନ୍ଦ୍ରପଡ଼ା୩/୨: ପୁଣି ନିଆଁରେ ଜଳିଗଲେ ଆଉ ଜଣେ ବୋହୂ । କେନ୍ଦ୍ରାପଡ଼ା ଜିଲ୍ଲା ବାରଦିଆ ଗାଁରେ ଜଣେ ନବବଧୂକୁ ଶ୍ବଶୂରଘର ଲୋକେ ଖଟରେ ବାନ୍ଧି, କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ନବବଧୂଙ୍କ ପରିବାର ଝିଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜନଗର ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି ।

କିଛି ଦିନ ପୂର୍ବେ ରାଜନଗର ଥାନା ଧନେଶ୍ବରପୁର ଗାଁର ବ୍ରହ୍ମାନନ୍ଦ ସାହୁଙ୍କ ଝିଅ ରଶ୍ମିତାଙ୍କ ସହ ବାରଦିଆ ଗାଁର ବିକ୍ରମ ଦାସଙ୍କୁ ବିବାହ କରିଥିଲେ । ବିକ୍ରମ ବିଦେଶରେ ଚାକିରି କରନ୍ତି । ତେବେ ୨ଦିନ ତଳେ ବାପ ଘରକୁ ଯିବା ପାଇଁ ରଶ୍ମିତା ସୁନା ଗହଣା ପିନ୍ଧି ପ୍ରସ୍ତୁତ ହେଉଥିବା ବେଳେ ଶ୍ବଶୂରଘର ଲୋକେ ମିଳିମିଶି ତାଙ୍କ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ରାଜନଗର ପୋଲିସ ଏକ ମାମଲା ରୁଜୁ କରି ସ୍ବାମୀ ବିକ୍ରମ ସହ  ରଶ୍ମିତାଙ୍କ ଶାଶୂ ଶ୍ବଶୂର ନଣନ୍ଦ, ନଣନ୍ଦେଇ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।    

   Related Posts