Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନିଜ କଣ୍ଢେଇକୁ ବିବାହ କଲେ ବଡି ବିଲଡର : ବର୍ଷେ ତଳେ କରିଥିଲେ ପ୍ରପୋଜ

26/11/2020 at 5:12 PM

ନୂର-ସୁଲତାନ ୨୬/୧୧: କଜାଖିସ୍ଥାନରେ ଜଣେ ବଡି ବିଲଡର ଅଛନ୍ତି ଯାହାଙ୍କ ନାଁ ୟୁରି ଟୋଲୋସ୍କୋ। ସେ ନିଜ କଣ୍ଢେଇକୁ ବିବାହ କରିଛନ୍ତି। ଏହି କଣ୍ଢେଇକୁ ସେ ବର୍ଷକ ତଳେ ପ୍ରପୋଜ କରିଥିଲେ। ସେ ନିଜ ବିବାହର ଭିଡିଓ ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ମଧ୍ୟ ପୋଷ୍ଟ କରିଛନ୍ତି। କଜାଖିସ୍ତାନର ସ୍ଥାନୀୟ ମିଡିଆ ସଂସ୍ଥାନ ଟିଏନଏନ୍ ଅନୁସାରେ ୟୁରି ଟୋଲୋସ୍କୋ ଏବଂ ତାଙ୍କ କଣ୍ଢେଇ ମାର୍ଚ୍ଚ ମାସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ କୋଭିଡ-୧୯ ସଂକ୍ରମଣ,ଲକଡାଉନ୍ ଯୋଗୁଁ ସେ ବିବାହ ପ୍ଲାନ୍ ଆଗକୁ ବଢ଼ାଇ ଦେଇଥିଲେ।

ୟୁରି ଟୋଲୋସ୍କୋଙ୍କ କଣ୍ଢେଇର ନାଁ ମାର୍ଗୋ। ୟୁରି ଟୋଲୋସ୍କୋ କୋଭିଡ କାଳରେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ କେତେକ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଅକ୍ଟୋବର ମାସରେ ଆକ୍ରମଣ କରିଥିଲେ। ୟୁରି ଟ୍ରାନ୍ସଜେଣ୍ଡର ରାଲିରେ ଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏବେ ୟୁରି ଏବଂ ମାର୍ଗୋ ସ୍ବାମୀ-ସ୍ତ୍ରୀ ହୋଇ ସାରିଛନ୍ତି।

ୟୁରି ଏହି କଣ୍ଢେଇ ସହ ଲଞ୍ଚ ଡିନର ଏକାଠି କରନ୍ତି। ଜିମ୍ ଯାଆନ୍ତି ଏବଂ ୟୋଗା କରନ୍ତି। ଘରର ସବୁ କାମ ଏକାଠି କରନ୍ତି। ଏପରିକି ୟୁରି ଏହି କଣ୍ଢେଇ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାଆନ୍ତି।

ୟୁରି କହିଥିଲେ ଯେତେବେଳେ ସେ ପ୍ରଥମ ଥର କଣ୍ଢେଈର ଫଟୋ ତାଙ୍କ ସମ୍ପର୍କୀୟଙ୍କୁ ଦେଖାଇଥିଲେ ସେମାନେ ରାଗି ଯାଇଥିଲେ। ଏହା ପରେ ସେ ତାର ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ। ସେ ତାଙ୍କ କଣ୍ଡେଇକୁ ଡାକ୍ତର ଏବଂ ଏକ୍ସପର୍ଟଙ୍କୁ ଦେଖାଇଥିଲେ। ଏବେ ସେ ପୂରାପୂରି ତାଙ୍କ ପାଇଁ ଠିକ୍ ଅଛନ୍ତି। ଏବେ କାହାକୁ କୌଣସି ଅସୁବିଧା ନାହିଁ।

ଇନଷ୍ଟାଗ୍ରାମରେ ୟୁରି ଯେଉଁ ବିବାହର ଭିଡିଓ ପୋଷ୍ଟ କରିଛନ୍ତି ତାହା ଦେଖି ଜଣା ଯାଉଛି ଯେ ୟୁରି ମାର୍ଗୋ ସହ ବିବାହ କରି ବହୁତ ଖୁସି ଅଛନ୍ତି। ଏହି ବିବାହରେ ଅନେକ ଲୋକ ଜମା ହୋଇଥିଲେ।

   Related Posts