ଘରେ ଚାଲିଥିଲା ସେକ୍ସ ରାକେଟ୍‌: ୬ ମହିଳା ଓ ୪ ଗ୍ରାହକ ଗିରଫ

Published By : Prameya-News7 Bureau | January 19, 2020 IST

ଫତେହାବାଦ୧୯/୧: ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କଲା ପୋଲିସ୍‌। ମହିଳାମାନଙ୍କୁ ନେଇ  ଘରେ ଚାଲିଥିଲା ସେକ୍ସ ରାକେଟ୍‌। ଏହି ସେକ୍ସ ରାକେଟ୍‌ରେ ୪ଜଣ ଗ୍ରାହକଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ମହିଳାମାନେ ଆାସାମ୍, ପଶ୍ଚିମବଙ୍ଗ ଓ ପଞ୍ଜାବ ଆଦି ସ୍ଥାନରୁ ଆସି ସେକ୍ସ କାରବାରରେ ସାମିଲ୍ ଥିଲେ। ହରିୟାଣର ଫତେହାବାଦରେ ଜଣେ ମହିଳା ନିଜ ଘରେ ସେକ୍ସ ରାକେଟ୍‌ ଚଳାଉଥିଲେ। ଅସହାୟ ମହିଳାମାନଙ୍କୁ ନେଇ ଦେବ ବ୍ୟବସାୟରେ ନିୟୋଜିତ କରାଯାଉଥିଲା।

ଡିଏସ୍‌ପି ଧର୍ମବୀର ପୁନିୟାଙ୍କ କହିବା ମୁତାବକ, ଫତେହାବାଦ ରୋଡ୍‌ର ନହର ଅଞ୍ଚଳ ନିକଟରେ ଥିବା ଏକ ଘରେ ସେକ୍ସ ରାକେଟ୍‌ ଚାଲୁଥିବା ସୂଚନା ମିଳିଥିଲା। ପୋଲିସ୍‌ ରାତି ଅଧିଆ ଉକ୍ତ ସ୍ଥାନରେ ଉପରେ ଚଢ଼ଉ କରି ସଂପୃକ୍ତ ୬ ମହିଳା ଓ ୪ ପୁରୁଷଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଭାରତୀୟ ଦଣ୍ଡ ବିଧାନ ସଂହିତା ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ପୋଲିସ୍ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.