ବଡି ସେମିଂ କଣ ଜାଣନ୍ତୁ, ମିଶନ ମଙ୍ଗଳର ଅଭିନେତ୍ରୀ ନିତ୍ୟା କହିଲେ ଏହା ଉପରେ ଅଙ୍କୁଶ ଲାଗିବା ଆବଶ୍ୟକ

Published By : Prameya-News7 Bureau | September 05, 2019 IST

ମୁମ୍ବାଇ ୫/୯: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିତ୍ୟା ମେନନଙ୍କ କହିବାନୁସାରେ ଅଭିନେତ୍ରୀଙ୍କୁ ସବୁବେଳେ ସୌନ୍ଦର୍ଯ୍ୟ ଆଧାରରେ ଉପେକ୍ଷା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯାହା ସମ୍ପୂର୍ଣ୍ଣ ଭୁଲ୍ ଅଟେ। ସେଥିପାଇଁ ବଡି ସେମିଂଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହି ବଡି ସେମିଙ୍ଗ ଏକ ଖରାପ କଥା । ଏହା  ଉପରେ ରୋକ୍ ଲଗାଇବା ଉଚିତ୍। ବଡି ସେମିଂ ହେଉଛି ସର୍ଜରୀ, ଔଷଧ ବା ବ୍ୟାୟାମ ଜରିଆରେ ଅସନ୍ତୁଳିତ ଶରୀରକୁ ବା ଶରୀରର ଏକ ନିର୍ଦ୍ଦିଷ୍ଟ ଅଙ୍ଗକୁ ସୁନ୍ଦର କରିବା । ନିତ୍ୟା ମଲ୍ଟିଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ରୁ ବଲିଉଡରେ ଡେବ୍ୟୁ କରିଛନ୍ତି।

{"id":153358}

ଭଲ ଓ ସନ୍ତୁଳିତ ଚେହେରା ଏବଂ ଶାରିରୀକ ଆକୃତିକୁ ଟଲିଉଡ ଅପେକ୍ଷା ବଲିଉଡରେ ଅଧିକ ଗୁତୁତ୍ବ ଦିଆଯାଇଥାଏ । ଦକ୍ଷିଣ ଭାରତୀୟ ଫିଲ୍ମରେ ମୋଟା ବା ପତଳା ଉପରେ ବିଶେଷ ଧ୍ୟାନ ଦିଆଯାଏ ନାହିଁ । ତେବେ ଏ ସମ୍ପର୍କରେ ନିତ୍ୟାଙ୍କ ପ୍ରତିକ୍ରିୟା କ’ଣ ପଚରାଯିବାରୁ ସେ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ମତରେ ସୌନ୍ଦର୍ଯ୍ୟବୋଧ ଭଲକଥା । ସୌନ୍ଦର୍ଯ୍ୟର ବିଭିନ୍ନ ଦିଗକୁ ପ୍ରଶଂସା କରିବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ଅନ୍ୟଠାରୁ ଭିନ୍ନ । ଚେହେରାରେ ଓ ସୌନ୍ଦର୍ଯ୍ୟ ଅଲଗା ଅଲଗା ହୋଇଥାଏ । ଏହା ଅତ୍ୟନ୍ତ ଖରାପ ଲାଗିଥାଏ ଯେତେବେଳେ ଲୋକେ କହିଥାଆନ୍ତି ,‘ତୁମ ନାକ ପରଫେକ୍ଟ ନୁହେଁ,ଏହାକୁ ଆଗେ ଠିକ୍ କରାଅ।’

{"id":153359}

ନିତ୍ୟା ଆହୁରି ମଧ୍ୟ କହିଛନ୍ତି ଯେ,ଆମେ ଯେଉଁ ରୂପରେ ଜନ୍ମ ହୋଇଛୁ ସେଥିରେ ଆମକୁ ସନ୍ତୁଷ୍ଟ ହେବା ଉଚିତ୍। ଏହାର ଆରମ୍ଭ ପିଲାଦିନୁ କରାଯିବା ଉଚିତ୍ ଏବଂ କେ​ବେ କାହାର ଶାରିରୀକ ଗଠନକୁ ନିନ୍ଦା କରିବା ଅନୁଚିତ୍।

{"id":153360}

ନିତ୍ୟାଙ୍କ କହିବାନୁସାରେ,‘ ଲୋକେ ପିଲାଙ୍କ ଦେହର ରଙ୍ଗକୁ ନେଇ ଆଲୋଚନା କରିଥାନ୍ତି । କେବେ ପିଲାଙ୍କୁ ମୋଟୁ କହି ସମ୍ବୋଧନ କରାଯାଇଥାଏ ତ କେବେ କାଳୁ କହି ସମ୍ବୋଧନ କରାଯାଇଥାଏ। ତେବେ ଏହାକୁ ସେଇଠି ହିଁ ରୋକିବା ଉଚିତ୍ ବୋଲି ନିତ୍ୟା କହିଛନ୍ତି। ଦେହର ଆକୃତି ଏବଂ ରଂଗକୁ ନେଇ ସୋଶିଆଲ ମିଡିଆରେ ଟ୍ରୋଲିଙ୍ଗ କରାଯାଇଥାଏ, ଏହା ଅତ୍ୟଧିକ ନିର୍ମମ । ତେବେ ଏହା ସତ୍ୟ ଯେ, ଲୋକେ କଳାକାରଙ୍କଠୁ ଅବାସ୍ତବିକ ସୌନ୍ଦର୍ଯ୍ୟର ଅପେକ୍ଷା ରଖିଥାଆନ୍ତି। ଏହି ମନୋଭାବ ମଧ୍ୟ ବଦଳିବା ଆବଶ୍ୟକ ବୋଲି ସେ କହିଛନ୍ତି ।

{"id":153361}

ବିଦ୍ୟା ବାଲାନ, ଭୂମି ପେଡନେକର,ସୋନାକ୍ଷୀ ସିହ୍ନା ଏବଂ ସାରା ଅଲ୍ଲୀ ଖାନ ଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ତାଙ୍କ ଶାରିରୀକ ଗଠନ ପାଇଁ ସବୁବେଳେ ଟ୍ରୋଲିଙ୍ଗର ସମ୍ମୁଖୀନ ହେବାକୁ ପଡ଼ିଥାଏ।

{"id":153362}

ନିତ୍ୟା ‘ମିଶନ ମଙ୍ଗଲ’ରେ ଜଣେ ମହିଳା ବୈଜ୍ଞାନିକଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହିତ ଏଥିରେ ବିଦ୍ୟା ବାଲାନ,ସୋନାକ୍ଷୀ ସିହ୍ନା,ତାପସୀ ପାନ୍ନୁ,କୀର୍ତ୍ତି କୁଲ୍ଲହାରୀ ଏବଂ ଅକ୍ଷୟ କୁମାର ଥିଲେ। ଏହି ଫିଲ୍ମର କାହାଣୀ ଭାରତର ମାର୍ସ ଅର୍ବିଟର ମିଶନ ଉପରେ ଆଧାରିତ ଥିଲା। ଏହାର ନିର୍ଦେଶକ ଜଗନ ଶକ୍ତି ଏବଂ ଏହା ଅଗଷ୍ଟ ୧୫ତାରିଖରେ ରିଲିଜ ହୋଇଥିଲା।

{"id":153363}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.