Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପୋଷାକ ଉତାରି ଦେହ ସାରା ରଙ୍ଗ ମାଖିଲେ ମଡେଲ ଓ କଳାକାର : ନ୍ୟୁୟର୍କରେ ଆନୁଆଲ ନାଇସ୍ ବଡି ପେଣ୍ଟିଂ ଡେରେ ଦେଲେ ବାକ୍ ସ୍ୱାଧିନତାର ବାର୍ତ୍ତା

27/07/2021 at 1:05 PM

ନୂଆଦିଲ୍ଲୀ,୨୭/୦୭:   ଶରୀରରେ ନାନା ରକମର ରଙ୍ଗ ବେରଙ୍ଗ ଚିତ୍ର । ବସ୍ତ୍ର ନାହିଁ । କିନ୍ତୁ ଚିତ୍ରରେ ଆଛାଦିତ ହୋଇ ପୁରା ଦେହ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାର ନ୍ୟୁୟର୍କ ସହରରେ । ଏଠାରେ ଅନେକ ବ୍ୟକ୍ତି ଉଲଗ୍ନ ହେବା ସହ ଶରୀରକୁ ରଙ୍ଗୀନ କରୁଛନ୍ତି ।

ପ୍ରାୟ ୨୬ ଜଣ ଚିତ୍ରକର ଓ ୪୫ ଜଣ ମଡେଲ ନ୍ୟୁୟର୍କରେ ଆନୁଆଲ୍ ନାଇସ୍ ବଡିପେଣ୍ଟିଂ ଡେ କୁ ପାଳନ କରିଛନ୍ତି । ସେମାନେ ଶରୀରକୁ କାନଭାସରେ ପରିଣତ କରିଛନ୍ତି । ଏହାସହ ଶରୀରରେ ରଙ୍ଗ ମାଧ୍ୟମରେ ଅନେକ କିଚି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ଏହି ଦିବସ ପାଳନର ଏକ ଲକ୍ଷ୍ୟ ରହିଛି । ସେମାନେ ଏପରି ରଙ୍ଗ କରି ବାକ୍ ସ୍ୱାଧିନତା ଉପରେ ଯେପରି ଆଞ୍ଚ୍ ନଆସେ ସେନେଇ ବାର୍ତ୍ତା ଦେଇଛନ୍ତି । ଚିତ୍ରକରମାନେ ମଧ୍ୟ ନିଜ ଶରୀରକୁ ରଙ୍ଗୀନ କରିଛନ୍ତି ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ଆଣ୍ଡି ଗୋଲୁବ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧ ବର୍ଷ ଧରି କରୋନା ପାଇଁ ଆମେରିକାରେ କଟକଣା ଲାଗୁ ହୋଇଥିଲା । କୌଣସି ପର୍ବ ବା କାର୍ଯ୍ୟକ୍ରମରୁ ଭଲଭାବେ ପାଳନ କରାଯାଇ ପାରୁନଥିଲା । ଏବେ ସୁଯୋଗ ମିଳିଛି । କରୋନା ପରେ ପ୍ରଥମ ଥର ପାଇଁ ବଡି ପେଣ୍ଟିଂ ଡେକୁ ଧୂମଧାମରେ ପାଳନ କରାଯାଉଛି ।

ରକେଟ୍ ଓସବର୍ଣ୍ଣ ନାମକ ଜଣେ ଚିତ୍ରକର କହିଛନ୍ତି ଯେ, ଦିନକୁ ଦିନ ନ୍ୟୁୟର୍କ ସହରର ସ୍ଥିତି ସୁଧୁରୁଛି । ଏବେ ହିଁ ହସଖୁସିର ପ୍ରକୃତ ସମୟ । ମଡେଲମାନେ ଜଣଙ୍କ ପରେ ଜଣେ ଟେଣ୍ଟ୍ ତଳେ ଉଲଗ୍ନ ହୋଇ ଠିଆ ହୋଇଥିଲେ । ସମସ୍ତଙ୍କର ଶରୀରକୁ ରଙ୍ଗୀନ କରାଯାଇଥିଲା । ପ୍ରଥମେ କିଛି ମଡେଲମାନେ ଚିତ୍ର କରିବା ପରେ ସେମାନଙ୍କୁ ଦେଖି ଆହୁରି ଅନେକ ଲୋକ ସାମିଲ ହୋଇଥିଲେ । ଯାହାର ଫଟୋ ସୋସିଆଲ ଖୁବ୍ ଭାଇରାଲ ହେବାରେ ଲାଗିଛି ।

   Related Posts