ମେଘାଳୟ କୋଇଲା ଖଣିରେ ୧୫ଶ୍ରମିକ ଫସିବା ଘଟଣା ; ଜଣଙ୍କ ମୃତଦେହ ଠାବ

Published By : Prameya-News7 Bureau | January 17, 2019 IST

ସିଲଂ ୧୭|୧: ମେଘାଳୟ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଠାବ । ନୌସେନାର ରିମୋଟ୍  ଚାଳିତ ବୁଡ଼ାଯାନ ଜଣେ ଶଳ୍ରମିକଙ୍କ ମୃତଦେହ ଠାବ କରିଛି । ମାସେ ତଳେ ସେ ଖଣି ମଧ୍ୟକୁ ହଠାତ୍ ପାଣି ପଶି ଯିବାରୁ ୧୫ ଜଣ ଶ୍ରମିକ ସେଥିରେ ଅଟକି ଯାଇଛନ୍ତି। ସ୍ଥାନୀୟ ପ୍ରଶାସନ, ଏନ୍ ଡିଆର୍ ଏଫ୍, ଭାରତୀୟ ନୌସେନା ଏବଂ ଓଡିଶାର ଅଗ୍ନିଶମ କର୍ମଚାରୀଙ୍କ ମଳିତ ଉଦ୍ଧାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଡିସେମ୍ବର ୧୩ ତାରିଖ ଦିନ ମେଘାଳୟର ପୂର୍ବ ଜୈନ୍ତିଆ ହିଲସ୍  କାସାନ କୋଇଲା ଖଣିରେ ବେଆଇନ ଖଣିରେ ହଠାତ୍  ପାଣି ପଶିଯିବାରୁ ଶ୍ରମିକମାନେ ଫସି ରହିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.