Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

22/02/2021 at 3:40 PM

ମୁମ୍ବାଇ ୨୨/୦୨: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍‌ ହୋଟେଲରୁ ମିଳିଛି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ମାମଲାର ଯାଞ୍ଚ କରୁଛି।

୫୮ ବର୍ଷୀୟ ମୋହନ ଡେଲକର ଦାଦ୍ରା ଏବଂ ନଗର ହାବେଳି ଲୋକସଭା କ୍ଷେତ୍ରର ନିର୍ଦ୍ଦଳୀୟ ସାଂସଦ। ୧୯୮୯ରେ ଏହି କ୍ଷେତ୍ରରୁ ମୋହନ ପ୍ରଥମ ଥର ସାଂସଦ ହୋଇଥିଲେ। ଏହା ପରେ ଏଠାରୁ ସେ ବହୁ ବାର ସାଂସଦ ହୋଇଛନ୍ତି।

ମୋହନ ଡେଲକର ନବଶକ୍ତି ପାର୍ଟି ପକ୍ଷରୁ ମଧ୍ୟ ସାଂସଦ ହୋଇଛନ୍ତି। ୨୦୦୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ନିର୍ଦ୍ଦଳୀୟ ଭାବେ ଲଢ଼ି ବିଜୟ ହାସଲ କରିଥିଲେ।  

   Related Posts