ଗାଧୋଇବା ବେଳେ ଟାଣିନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
1/07/2018 at 10:32 AM

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପାଳପାଟଣା ମଠସାହି ଗାଁ ର ଶରତ ମଲ୍ଲିକ ଗତକାଲି ବ୍ରହ୍ମଣୀ ନଦୀ ପଠାକୁ ସୈ।ଚ ହେବାକୁ ଯାଇଥିବା ସମୟରେ ତାଙ୍କୁ କୁମ୍ଭିର ଟାଣି ନେଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ । ଗ୍ରାମବାସୀ.ଅଗ୍ନିଶମ ବାହୀନି ଓ ବନ ବିଭାଗ ବୋଟ ଯୋଗେ ଖୋଜି ଥିଲେ ମଧ୍ୟ କିଛି ସନ୍ଧାନ ମିଳିନଥିଲା । ଆଜି ନଦୀରେ ଗ୍ରାମବାସୀ ଖାନ ତଲାସି କରୁଥିବା ସମୟରେ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରିଛନ୍ତି । ଏନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ ଙ୍କ ତରଫରୁ ମୃତକଙ୍କ ପରିବାର କୁ ଉଚିତ କ୍ଷତି ପୂରଣ ଦେବାସହ ନଦୀ ରେ ବାଥଙ୍ଗ ଗାର୍ଡ ପାଇଁ ଦାବୀ କରିଛନ୍ତି | ଗତ ୩୦ ତାରିଖରେ ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗଁ। ର କୈଳାଶ ସେଠୀଙ୍କୁ ନଦୀରେ ଧୋଇ ହେବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା । କୈଳାଶ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବଳେ ପଟ୍ଟାମୁଣ୍ଡାଇର ଆଉ ଏକ ଦୃଶ୍ୟ ନଦୀ କୁଳିଆ ଗାଁ ଲୋକଙ୍କ ନିଦ ହଜାଇଦେଛି । ତେବେ କୁମ୍ଭୀର ଓ ମଣିଷ ଲଢେଇରେ ମଣିଷକୁ ରକ୍ଷା କରିବା ସହ ତୁରଵତ ନିହତ ଓ ଆହତ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।