Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୩୫୦୦ ଫୁଟ ଉଚ୍ଚ ବିମାନରୁ ପଡିଗଲେ ଜଣେ ବ୍ୟକ୍ତି : ଜଣେ ଘର ମାଲିକଙ୍କ ବଗିଚାରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ

2/07/2019 at 1:46 PM

ରବିବାର ଦିନ ଲଣ୍ଡନ ଉପର ଦେଇ ଯାଇଥିବା କେନ୍ୟା ଏୟାରୱେଜରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତିଙ୍କ ଶବ ଜଣକର ବଗିଚାରୁ ଉଦ୍ଧାର ହୋଇଥିଲା । ବ୍ୟକ୍ତିଙ୍କ ଶବ ନିଜ ବଗିଚାରେ ଦେଖି ଘର ମାଲିକ ଡରି ଯାଇଥିଲେ ।

ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ପ୍ରବାସୀ । ସେ କେନ୍ୟା ଏୟାରୱେଜ ପ୍ଲେନରେ ଲେଣ୍ଡିଙ୍ଗ ଗିଅର ଆପାର୍ଟମେଣ୍ଟରେ ଲୁଚି ବସି ପଡ଼ିଥିଲେ । ଅଧିକାଂଶ ସମୟରେ ଦେଖାଯାଏ ମାଇଗ୍ରେଟ ଅନ୍ୟ ଦେଶକୁ ଯିବା ପାଇଁ ପ୍ଲେନରେ ଲୁଚି ଯାଇଥାନ୍ତି । କେନ୍ୟା ଏୟାରବେଜର ୭୮୭ ବିମାନ ହିଥ୍ରୀ ବିମାନବନ୍ଦରରେ ଲ୍ୟଣ୍ଡିଙ୍ଗ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବ୍ୟକ୍ତି ଜଣକ ପ୍ଲେନରୁ ପଡିଯାଇଥିଲେ ।

ପୋଲିସ କହିବାନୁଯାୟୀ, ବିମାନ ହିଥ୍ରୀ ବିମାନବନ୍ଦରରେ ଲ୍ୟାଣ୍ଡ କରିବାପରେ ଗିଅର ଆପାର୍ଟମେଣ୍ଟରୁ ଏକ ବ୍ୟାଗ, ପାଣି ଓ କିଛି ଖାଦ୍ୟ ସାମଗ୍ରୀ ଜବତ ହୋଇଥିଲା । ଉକ୍ତ ବ୍ୟକ୍ତି ଜଣକ ୩୫୦୦ ଫୁଟ ଉଚ୍ଚରୁ ପଡ଼ିଥିଲେ । ସେତେବେଳେ ଜଣେ ଘର ମାଲିକ ନିଜ ବଗିଚାରେ ଖରାରେ ବସିଥିଲେ । ବ୍ୟକ୍ତି ଜଣକ ତାଙ୍କର ୩ ଫୁଟ ଦୂରରେ ପଡ଼ିଥିଲେ । ଅଚାନକ ନିଜ ସାମ୍ନାରେ ଏକ ଶବ ଦେଖି ଘର ମାଲିକ ଚମକି ପଡ଼ିଥିଲେ । ତେବେ ଘର ମାଲିକଙ୍କ ଭାଗ୍ୟ ଭଲ ଥିଲା ଯେ ସେ ତାଙ୍କ ଉପରେ ପଡିନଥିଲେ । ନଚେତ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥାନ୍ତା । ଘର ମାଲିକ କହିଛନ୍ତି ଯେ ବ୍ୟକ୍ତି ଜଣକ ଏତେ ଜୋରରେ ପଡ଼ିଥିଲେ ଯେ, ତାଙ୍କ ବଗିଚାର ମାଟି ଧସିଗଲା ।

ଘର ମାଲିକଙ୍କ ଜଣେ ପଡୋଶୀ କହିଛନ୍ତି, ଯେତେବେଳେ ଉକ୍ତ ବ୍ୟକ୍ତି ଜଣକ ତଳେ ପଡ଼ିଥିଲେ ସେତେବେଳେ ବହୁତ ଜୋରରେ ଶବ୍ଦ ହୋଇଥିଲା । ସେ ଆସି ଝରକା ଖୋଲି ଦେଖିଲେ । ସେ ଦେଖିଲେ ବଗିଚା କାନ୍ଥରେ ରକ୍ତ ଛିଟା ପଡିଥିଲା । ଏହା ଦେଖି ସେ ହିଥ୍ରୀ ବିମାନବନ୍ଦରକୁ ଫୋନ କରିଥିଲେ । ବିମାନବନ୍ଦର ଅଧିକାରୀ କହିଥିଲେ ଯେ ପ୍ରତି ୫ ବର୍ଷରେ ଠାରେ ଏହିଭଳି ଏକ ଘଟଣା ଘଟିଥାଏ । 

ନାଇରୋବିରୁ ଉଡାଣ ଆରମ୍ଭ କରିଥିବା କେନ୍ୟା ଏୟାରବେଜ ବିମାନ ରବିବାର ଦିନ ୩.୩୦ ମିନିଟରେ ଏହି ଘର ଦେଇ ଗତି କରିଥିଲା । ସେହିଠାରୁ ଲ୍ୟଣ୍ଡିଙ୍ଗ ପାଇଁ ହିଥ୍ରୀ ବିମାନବନ୍ଦରରେ ଲ୍ୟାଣ୍ଡିଙ୍ଗ ପାଇଁ ୩୫୦୦ ଫୁଟ ଉଚ୍ଚରୁ ୨୦୦ ମିଟର ପ୍ରତି ଘଣ୍ଟା ସ୍ପିଡ଼ରେ ମୋଡିବା ଆରମ୍ଭ କରିଥିଲା । ଠିକ ଏତିକିବେଳେ ବ୍ୟକ୍ତି ଜଣକ ପଡିଯାଇଥିଲେ ।

ଘର ମାଲିକଙ୍କ ଜଣେ ଭାଇ କହିଛନ୍ତି ଯେ ବିମାନରୁ କିଛି ପଡୁଥିବା ସେ ଦେଖିଥିଲେ କିନ୍ତୁ ଏତେ ଦୂରରୁ ତାହା ସ୍ପଷ୍ଟ ଦେଖା ଯାଉନଥିଲା । ଏତେ ଉଚ୍ଚରୁ ପଡିବ ଯୋଗୁଁ ଶବ କ୍ଷତବିକ୍ଷତ ହୋଇଯାଇଥିଲା । ଯେଉଁଥିପାଇଁ ଶବ ମହିଳାଙ୍କ ନା ପୁରୁଷଙ୍କର ତାହା ପୋଲିସ ଜାଣିପାରୁନାହିଁ । ତେବେ ମୃତକଙ୍କର ପଡିବ ପୂର୍ବରୁ ମୃତ୍ୟୁ ହୋଇଥିଲା ନା ପଡିବାପରେ ମୃତ୍ୟୁ ହୋଇଛି ତାହା ମଧ୍ୟ ଜଣାପଡିନାହିଁ ।

   Related Posts