Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ, ୮ ମାସ ତଳେ ହୋଇଥିଲେ ନିଖୋଜ

18/08/2020 at 11:57 AM

ନୂଆଦିଲ୍ଲୀ ୧୮।୮: ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୮ ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ଯବାନଙ୍କ ମୃତଦେହ ଏବେ ବରଫ ଗଦା ତଳୁ ଉଦ୍ଧାର କରାଯାଇଛି । ରାଜେନ୍ଦ୍ର ନେଗି ନାମକ ଏହି ଯବାନ ୧୧ ଗରୱାଲ ରାଇଫଲ୍‌ସରେ ନିୟୋଜିତ ଥିଲେ । ଚଳିତ ବର୍ଷ ଜାନୁଆରୀରେ କାଶ୍ମୀରର ଗୁଲମର୍ଗ ସଂଲଗ୍ନ ଏଲଓସିରେ ପାଟ୍ରୋଲିଂ କରୁଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ ।

ଭାରତୀୟ ସେନା ସନ୍ଦେହ କରୁଥିଲା ଯେ ସେ ବରଫ ଆଚ୍ଛାଦିତ ପାହାଡରୁ ଖସିଯାଇ ପିଓକେ ପଟରେ ବୋଧହୁଏ ପଡିଛନ୍ତି । ବ୍ୟାପକ ଖୋଜାଖୋଜି ପରେ ତାଙ୍କ ସମ୍ପର୍କରେ କିଛି ସୂଚନା ନ ମିଳିବାରୁ ଭାରତୀୟ ସେନା ତାଙ୍କୁ ଗତ ମେ’ ମାସରେ ମୃତ ଘୋଷଣା କରିଥିଲା । କିନ୍ତୁ ତାଙ୍କ ମରଶରୀର ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ତରଫରୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କିଛି ନେତା ଓ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା ।

ଗତ ଶନିବାର ସ୍ୱାଧୀନତା ଦିବସ ଅବସରରେ ତାଙ୍କର ମୃତଦେହକୁ ବରଫ ଗଦା ତଳୁ ବାହାର କରାଯାଇଛି । ସେନାର ଜଣେ ଅଧିକାରୀ ତାଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି । ସେନା ତରଫରୁ କୁହାଯାଇଛି ଯେ ଏବେ ବରଫ ତରଳିବା ଯୋଗୁ ତାଙ୍କ ମୃତଦେହର ଉପର ପାଶ୍ୱର୍ ବାହାରକୁ ଦେଖାଯାଉଥିଲା । ସେନାର ଏକ ପାଟ୍ରୋଲିଂ ଦଳ ଏହା ଦେଖିବା ପରେ ତାଙ୍କ ମୃତଦେହକୁ ସେଠାରୁ କଢା ଯାଇଥିଲା ।

   Related Posts