ଧାମନଗରରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ସ୍ୱାମୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 31, 2018 IST

ଭଦ୍ରକ ଧାମନଗର ତାଳଶିଖା ଗାଁରେ ବିଭତ୍ସ ହତ୍ୟାକାଣ୍ଡର ଘଟଣାରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି | ମୃତକ ହେଉଛନ୍ତି ରବୀନ୍ଦ୍ର ବେହୁରିଆ | ଧାମନଗର ଥାନା କାଳିତ୍ରା ମନ୍ଦିର ନିକଟ ନାଳରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଗତକାଲି ଧାମନଗର ପୋଲିସ ଅଭିଯୁକ୍ତ ଗୋପୀନାଥ ମହାନ୍ତିକୁ ଭୁବନେଶ୍ୱରରୁ ଗିରଫ କରିଥିଲା | ଗିରଫ ପରେ ଅଭିଯୁକ୍ତ ଖୋଲିଥିଲା ଚାଞ୍ଚଲ୍ୟକର ତଥ୍ୟ | ରବୀନ୍ଦ୍ରଙ୍କୁ ସେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା | ରବିବାର ରାତି ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା | ଏହା ପୂର୍ବରୁ ଝିଅର ବାପାଙ୍କୁ ଏକ ପୋଲ ନିକଟରେ ହତ୍ୟା କରି ନାଳରେ ଫୋପାଡ଼ି ଦେଇଥିଲା | ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.