Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମୃତଦେହର ମୁଣ୍ଡ ନାହିଁ, ୧୫ ଖଣ୍ଡ କରି ହାଣିଛି ଦୁର୍ବୁତ୍ତ: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

27/10/2020 at 12:15 PM

ମିରଟ୍ ୨୭/୧୦ : ଉତ୍ତର ପ୍ରଦେଶରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ମିରଟ୍ ଲିସାଡି ଗେଟ୍ ଥାନା ଅନ୍ତର୍ଗତ ସ୍ମଶାନ ଘାଟରେ ଏକ ବସ୍ତାରୁ ମହିଳାଙ୍କ ରକ୍ତାକ୍ତ ମୃତଦେହର ଟୁକୁଡା ଜବତ ହୋଇଛି। ମହିଳାଙ୍କ ଟୁକୁଡା ଟୁକୁଡା ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଫାତିମା ଗାର୍ଡେନ କଲୋନୀ ଗେଟ୍ ନିକଟସ୍ଥ ସ୍ମଶାନ ଘାଟ ନିକଟରେ କିଛି ଶିଶୁ ଖେଳୁଥିଲେ। ସେତେବେଳେ କିଛି କୁକୁର ଏକ ରକ୍ତ ଜୁଡୁବୁଡୁ ବସ୍ତାକୁ ଟାଣୁଥିବାର ପିଲାମାନେ ଦେଖିଥିଲେ। ଏହା ଦେଖି ପିଲାମାନେ ନିଜ ଘରଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହା ଜାଣିବାପରେ ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ଏସପି ଅଖିଳେସ ନାରାୟଣ ପୋଲିସକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ବସ୍ତା ଖୋଲି ଯାହା ଦେଖିଲା ତାର ହୋସ ଉଡ଼ିଗଲା। ବସ୍ତାରେ ଜଣେ ମହିଳାଙ୍କ ଶବ ଥିଲା ଯାହାକୁ ୧୫ ଖଣ୍ଡ କରାଯାଇଥିଲା। ମହିଳାଙ୍କ ଶରୀରର ଆହୁରି ଅନେକ ଅଙ୍ଗ ଗାୟବ ଥିଲା। ଏହି ଦୃଶ୍ୟ ଦେଖି ପୋଲିସକର୍ମୀ ଆଶ୍ଚର୍ଯ୍ୟ ହୋଇଗଲେ। ପୋଲିସ ଶବ ଟୁକୁଡା ଜବତ କରି ବ୍ୟବଛେଦ ପାଇଁ ପଠାଇଦେଲା।

ଏସପି ଅଖିଳେସ ନାରାୟଣଙ୍କ କହିବାନୁଯାୟୀ, ମହିଳାଙ୍କ ବୟସ ପାଖାପାଖି ୩୫ ବର୍ଷ ହୋଇଥିବ। କୌଣସି ନିକଟ ସମ୍ପର୍କୀୟ ଘର ଭିତରେ ଏହି ହତ୍ୟା କରିଥିବା ବୋଲି ପୋଲିସ ସନ୍ଦେହ କରିଛି। ହତ୍ୟା ପରେ ଶବକୁ ଟୁକୁଡା ଟୁକୁଡା କରି ବସ୍ତାରେ ଭର୍ତ୍ତି କରି ସ୍ମସାନ ଘାଟ ନିକଟରେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରିଛି। ଶବରେ ବସ୍ତ୍ର ମଡ଼ଷ ନଥିଲା। ସେଥିପାଇଁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଉଛି। ପୋଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ପ୍ରମାଣ ଯୋଗାଡ କରିବାକୁ ଚେଷ୍ଟା କରୁଛି। ତେବେ ଏହି ହତ୍ୟା ମାମଲାର ଖୁଲାସା ବର୍ତ୍ତମାନ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts