ରେଳ ବ୍ରିଜ୍ କଡ଼ରୁ ମିଳିଲା ବର୍ଷକର ଶିଶୁର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଥିବା ମୃତଦେହ
4/03/2021 at 5:04 PM

ଖଲ୍ଲିକୋଟ,୦୪/୦୩: ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗୋଟାଏ ଛୋଟ କନ୍ୟାସନ୍ତାନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।
ଘଟଣା ଅନୁସାରେ, ଗୋଟିଏ ଛୋଟ ଝିଅର ମୃତ ଦେହ କିଛି ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ । ବଡ଼ଶଙ୍ଖ ଦେଇ ଯାଇଥିବା ରେଳ ବ୍ରିଜ୍ ପାଖରେ ଏହି ଝିଅଟିକୁ କେହି ମାରି ଗଣ୍ଡିରୁ ମୁଣ୍ଡ ଅଲଗା କରି ବ୍ରିଜ଼ କଡରେ ଫୋପାଡ଼ି ଦେଇଥିଲା l
ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧlନ ଚଳାଇଛି । ତେବେ ମୃତ୍ୟୁ ଶିଶୁ କନ୍ୟାର ପରିଚୟ ଜଣା ପଡିନଥିବା ବେଳେ ଶିଶୁଟିର ବୟସ ଆନୁମାନିକ ବର୍ଷେରୁ ଦେଢ଼ ବର୍ଷ ହେବ ବୋଲି ଜଣାପଡ଼ିଛି ।
Related Posts
ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୬୯୮ ଆକ୍ରାନ୍ତ, ୩୧୬ ସୁସ୍ଥ
23 April 2021