Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ମୃତ୍ୟୁର ୮୦ ବର୍ଷ ପରେ ବି ଜୀବନ୍ତ ଅଛି ଏହି ବୌଦ୍ଧ ଭିକ୍ଷୁଙ୍କ ମର ଶରୀର, ଜାଣନ୍ତୁ କେମିତି ଏ ଚମତ୍କାର

4/01/2019 at 4:00 PM

ବିଶ୍ୱରେ ଅନେକ ଏମିତି ଜିନିଷ ଥାଏ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ବିଜ୍ଞାନ ବି ତା ପଛର କାରଣ ଖୋଜି ପାଏନି । ଋଷ ଦେଶର ମସ୍କୋ ସହର ନିକଟରେ ଥିବା ବୁରତିୟାରେ ଜଣେ ବୌଦ୍ଧ ଭିକ୍ଷୁଙ୍କ ସମାଧୀ ଭିତରେ ତାଙ୍କ ଶବ ୮୦ ବର୍ଷ ପରେ ଏବେବି ଜୀବୀତ ରହିଛି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଘଟଣାଟି ଏହିପରି-  

 ୧୯୨୭ ମସିହାରେ ଜଣେ ବୌଦ୍ଧ ଭିକ୍ଷୁଙ୍କ ମୃତ୍ୟୁ ହୋଇଥିଲା ।  କିନ୍ତୁ ମୃତ୍ୟୁ ହେବା ପୂର୍ବରୁ ଏହି ବୌଦ୍ଧ ଭିକ୍ଷୁ ଦାଶୀ ଦରଜୋ ଇତିଜେଲାବ ନିଜ ଅନୁଗାମୀମାନଙ୍କୁ ଏକ ଲେଖା ଦେଇଥିଲେ। ଏହି ଲେଖାରେ ସେ ଅନୁଗାମୀ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ଉଲ୍ଲେଖ କରିଥିଲେ ଯେ, ତାଙ୍କ ମୃତ୍ୟୁର କିଛି ବର୍ଷ ପରେ ଅର୍ଥାତ ୧୯୫୫ ମସିହାରେ ସମାଧି ବିତରୁ ତାଙ୍କ ଶବକୁ ଥରେ ପଦାକୁ ବାହାର କରିବ । ୧୯୨୭ ମସିହାରେ ମୃତ୍ୟୁ ହୋଇଥିବା ଏହି ଭିକ୍ଷୁ ତାଙ୍କ ମୃତ ଶରୀରକୁ ୧୯୫୫ ମସିହାରେ ବାହାରକୁ କାଢିବା ପାଇଁ ଲେଖିଥିଲେ। ଭିକ୍ଷୁଙ୍କ ଆଦେଶର ପାଳନ କରି ଶିଷ୍ୟମାନେ ତାଙ୍କ ମୃତ୍ୟୁର ୨୮ବର୍ଷ ପରେ ୧୯୫୫ରେ ପୁଣି ମୃତ ଶରୀରକୁ କାଢିଥଲେ। ମୃତ ଶରୀରକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ।

ମୃତ୍ୟୁର ୨୮ ବର୍ଷ ପରେ ମଧ୍ୟ ଭିକ୍ଷୁଙ୍କ ମୃତ ଶରୀର ପୁରା ଠିକ ଥିଲା। ଏତେ ଦିନ ମଧ୍ୟରେ ସମାଧି ମଧ୍ୟରେ ମାଂସ ସବୁ ମାଟିରେ ମିଶିଯାଇ କେବଳ କଙ୍କାଳ ରହିବା କଥା । କିନ୍ତୁଭିକ୍ଷୁଙ୍କ ମୃତ ଶରୀର କଙ୍କାଳ ହୋଇନଥିଲା। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ଗବେଷକ କହିଥିଲେ ଯେ, କୌଣସି ସ୍ବତନ୍ତ୍ର ରାସୟନିକ ପ୍ରଣାଳୀରେ ଶବ ସଂରକ୍ଷଣ କରାଯାଇଥିବ। କିନ୍ତୁ ଶିଷ୍ୟଙ୍କ କହିବା କଥା ହେଉଛି ଯେ, କୌଣସି ବିଶେଷ ବ୍ୟବସ୍ଛା ଗ୍ରହଣ କରାଯାଇନାହିଁ ।  

୧୯୫୫ ମସିହା ପରେ ୧୯୭୩ ଏବଂ ୨୦୦୨ରେ ମଧ୍ୟ ସମାଧି ମଧ୍ୟରୁ ଶବକୁ ବାହାର କରାଯାଇଥିଲା। ଭିକ୍ଷୁଙ୍କ ଶବ ସେମିତି ହିଁ ସତେଜ ରହିଥିଲା । ଲାଗୁଥିଲା ଦିନେ କି ଦୁଇଦିନ ତଳେ ଭିକ୍ଷୁଙ୍କ ମୃତ୍ୟୁ ହୋଇଛି ।  ବୈଜ୍ଞାନିକଙ୍କ ପାଇଁ ଏହା ଏକ ବଡ ଖବର ଥିଲା। ମୃତ୍ୟୁର ୮୦ ବର୍ଷ ପରେ ମଧ୍ୟଦାଶୀ ଦରଜୋ ଇତିଜେଲାବଙ୍କ ମୃତ ଶରୀର କେମିତି ଠିକ ରହିଛି। ଏହି ଶବକୁ ଦେଖିବା ପାଇଁ ବୈଜ୍ଞାନିକମାନେ ବୁରତିୟା ଯାଇ ପହଞ୍ଚିଥିଲେ। ତେବେ ସେମାନେ ମଧ୍ୟ ଏହା ପଛର କାରଣ ଜାଣିପାରିନାହାଁନ୍ତି । କିନ୍ତୁ ଏହା ସତ ଯେ ୮୦ ବର୍ଷ ପରେ ମଧ୍ୟ ମୃତ ବୌଦ୍ଧ ଭିକ୍ଷୁଙ୍କ ଚର୍ମ, ଚୁଟି, ନଖ, ଆଖି କାନ, ନାକ ସବୁ ଅଂଗ ଅତ୍ୟନ୍ତ ସ୍ବବାବିକ ରହିଛି ।

   Related Posts