Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ଶାଗୁଣା ଡେଣା ମେଲିଛି ! ସ୍ମଶାନରେ ଜାଗା ନାହିଁ ବୋହିବାକୁ ଗାଡିନାହିଁ, ଗୋଟିଏ ଆମ୍ବୁଲାନ୍ସରେ ୨୨ ଜଣଙ୍କ ମୃତଦେହ

27/04/2021 at 1:42 PM

ମୁମ୍ବାଇ ୨୭/୦୪ : ମହାରାଷ୍ଟ୍ର ବିଡରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ୨୨ ଜଣଙ୍କ ମୃତଦେହ ଗୋଟିଏ ଆମ୍ବୁଲାନ୍ସରେ ଭର୍ତ୍ତି କରି ସ୍ମଶାନ ନେଇଯାଇଥିବା ମାମଲା ସାମ୍ନାକୁ ଆସିଛି। ଶବ ନେବା ପାଇଁ ଆବଶ୍ୟକ ମାତ୍ରାରେ ଆମ୍ବୁଲାନ୍ସ ନଥିବା ଜିଲ୍ଲା ପ୍ରଶାସନ କହିଛନ୍ତି। ଘଟଣା ରବିବାର ରାତିର। ବିଡ ଅମ୍ବାଜୋଗାଇ ସ୍ଥିତ ସ୍ୱାମୀ ରମାନନ୍ଦ ତୀର୍ଥ ଗ୍ରାମୀଣ ରାଜକୀୟ ଚିକିତ୍ସା କଲେଜର ଶବଗୃହରେ ରଖାଯାଇଥିବା ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା।

ମେଡିକାଲ କଲେଜ ଡିନ ଡାକ୍ତର ଶିବାଜୀ ଶୁକ୍ରେ ମଙ୍ଗଳବାର ଦିନ କହିଛନ୍ତି ଯେ ହସ୍ପିଟାଲ ପ୍ରଶାସନ ପାଖରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନାହିଁ ଯେଉଁଥିପାଇଁ ଶବଗୁଡିକୁ ଏକାସଙ୍ଗେ ନେବାକୁ ପଡିଥିଲା। ସେ କହିଛନ୍ତି ଯେ ଗତବର୍ଷ କୋଭିଡ ସମୟରେ ତାଙ୍କ ପାଖରେ ୫ଟି ଆମ୍ବୁଲାନ୍ସ ଥିଲା କିନ୍ତୁ ପରେ ୩ଟି ଆମ୍ବୁଲାନ୍ସ ଫେରାଇ ନିଆଯାଇଥିଲା। ବର୍ତ୍ତମାନ ୨ଟି ଆମ୍ବୁଲାନ୍ସରେ କୋଭିଡ ରୋଗୀଙ୍କୁ ନେବା ଆଣିବା କରାଯାଏ। ଅଧିକାରୀ କହିଛନ୍ତି, କେବେ କେବେ ମୃତକଙ୍କ ସମ୍ବନ୍ଧୀୟଙ୍କୁ ଖୋଜିବାକୁ ସମୟ ଲାଗିଥାଏ। ଏପଟେ ସବାରଗାଁ କୋଭିଡ କେନ୍ଦ୍ରରୁ ମଧ୍ୟ ଶବ ତାଙ୍କ ହସ୍ପିଟାଲକୁ ପଠାଯାଉଛି। କାରଣ ତାଙ୍କ ପାଖରେ କୋଲ୍ଡ ଷ୍ଟୋରେଜ ନାହିଁ। ସେ କହିଛନ୍ତି ଯେ ଆଉ ୩ଟି ଆମ୍ବୁଲାନ୍ସ ଯୋଗାଇବାକୁ ମାର୍ଚ୍ଚ ୧୭ରେ ସେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ।

ଇତି ମଧ୍ୟରେ ବିଜେପି ନଗର ପରିଷଦ ସୁରେଶ ଦାସ ଆରୋପ ଲଗାଇଛନ୍ତି ଯେ ହସ୍ପିଟାଲ ଓ ସ୍ଥାନୀୟ ନଗର ବିକାଶ ପରସ୍ପର ଉପରେ ଆରୋପ ଲଗାଇବାରେ ବ୍ୟସ୍ତ ଅଛନ୍ତି। ଅମ୍ବାଜୋଗାଇ ନଗର ପରିଷଦ ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଶବ ମାଣ୍ଡବା ସ୍ଥିତ ସ୍ମଶାନକୁ ନେବା ମେଡିକାଲ କଲେଜର ଦାୟିତ୍ୱ। ସେ କହିଛନ୍ତି ଯେ ତାଙ୍କ ଟିମ ଶବଗୁଡିକୁ ସ୍ମଶାନ ନେଇ ଅନ୍ତିମ ସଂସ୍କାର କରୁଛନ୍ତି। ସୋମବାର ଦିନ ଏ ସମ୍ବନ୍ଧରେ ଏକ ବୈଠକ ହୋଇଥିଲା। ମେଡିକାଲ କଲେଜ ଡିନ କହିଛନ୍ତି ଯେ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ଆମ୍ବୁଲାନ୍ସ ନାହିଁ। ନଗର ପରିଷଦ ଅଧ୍ୟକ୍ଷ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇବାକୁ କହିଛନ୍ତି। ଆଉ ଦୁଇଟି ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

   Related Posts