ରେଳଷ୍ଟେସନରୁ ଦୁଇବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର
28/06/2018 at 6:27 AM

ଝାରସୁଗୁଡା ରେଳଷ୍ଟେସନ ନିକଟରୁ ଦୁଇବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର । ଷ୍ଟେସନଠାରୁ ୫ ଶହ ଦୂର ମୁମ୍ବାଇ- ହାଓଡ଼ା ଅଫଲାଇନ ଟ୍ରାକରୁ ମୃତଦେହ ଜବତ କରିଛି ରେଳବାଇ ପୋଲିସ । ଆଜି ସକାଳ ୬ ଟାରେ ଶିଶୁଟିର ମରଶରୀର ପଡିଥିବା ଦେଖି ରେଳବାଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। କୌଣସି ଏକ ଚାଳନ୍ତା ଟ୍ରେନରୁ ଶିଶୁଟି ପଡିଯାଇଥିବା ପୋଲିସ ସନ୍ଦେହ କରିଛି । ମୃତ ଶିଶୁର ଗୋଟିଏ ହାତ କଟି ଯାଇଥିବା ବେଳେ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021